Odia News Portal

ଛତିଶଗଡ ମଦ ଦୁର୍ନୀତି ମାମଲାରେ ଇଡିର ଆଉ ଏକ ବଡ କାର୍ଯ୍ୟାନୁଷ୍ଠାନ

ଛତିଶଗଡ ମଦ ଦୁର୍ନୀତି ମାମଲାରେ ଇଡି ଆଉ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶନିବାର ଇଡି ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅନିଲ ତୁଟେଜାଙ୍କୁ ଗିରଫ କରିଛି । ପାଖାପାଖି ୨ହଜାର କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏହି ମଦ ଦୁର୍ନୀତିରେ ଇଡି ଏପ୍ରିଲ ୮ ରେ ଏକ ଚାର୍ଜସିଟ ଦାଖଲ କରିଥିଲା ।

ସୂଚନା ଅନୁଯାୟୀ, ଅପରାଧ ପ୍ରକ୍ରିୟା ପ୍ରମାଣ ହୋଇନଥିବା ବେଳେ କୋର୍ଟ ଏହି ମାମଲାକୁ ବନ୍ଦ କରିଦେଇଥିଲେ ।

ଏହା ପରେ, ଶନିବାର ଇଡି ଅବସରପ୍ରାପ୍ତ IAS ଅଧିକାରୀ ଅନିଲ ତୁଟେଜା ଏବଂ ଅନ୍ୟମାନଙ୍କ ବିରୋଧରେ ଏକ ନୂତନ ECIR ପଞ୍ଜିକରଣ କରି ତୁଟେଜାଙ୍କୁ ଗିରଫ କରିଛି । ପୂର୍ବତନ ଆଇଏଏସ୍ ଅନିଲ ତୁଟେଜା ମଦ ବ୍ୟବସାୟୀ ତଥା ରାଜନେତାଙ୍କ ସହଯୋଗରେ ଏହି କରିଥିବା ଅଭିଯୋଗ ହୋଇଛି।

ଗତ ବର୍ଷ ଅନିଲ ତୁଟେଜା ସେବାରୁ ଅବସର ନେଇଥିଲେ। ଆୟକର ବିଭାଗର ଅଭିଯୋଗକୁ ଆଧାର କରି ସୁପ୍ରିମକୋର୍ଟ ଏହାର ପୂର୍ବ ଏଫ୍ଆଇଆର୍ କୁ ଖାରଜ କରିବା ପରେ ଇଡି ଅଭିଯୋଗରେ ମଦ ଦୁର୍ନୀତିରେ ଏକ ନୂତନ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।