Odia News Portal

ଦ୍ୱାରକାରେ ପ୍ରଧାନମନ୍ତ୍ରୀ; ସମୁଦ୍ର ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ କଲେ ପ୍ରାର୍ଥନା

ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱାରକା ଯିବା ସହ ସେଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଛନ୍ତି । ସମୁଦ୍ର ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରି ନଜର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି ମୋଦି ଦ୍ୱାରକା ଯାଇ ସମୁଦ୍ର ଭିତରେ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରିଥିଲେ । ପରେ ନିଜର ଅନୁଭୂତିକୁ ସୋସିଆଲ ମିଡିଆ ‘X’ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି । ମୋଦି ଲେଖିଛନ୍ତି, ପାଣିରେ ବୁଡି ରହିଥିବା ଦ୍ୱାରକା ସହରରେ ପ୍ରାର୍ଥନା କରିବା ଅତ୍ୟନ୍ତ ସୁନ୍ଦର ଅନୁଭୂତି ଥିଲା । ମୁଁ ଆଧ୍ୟାତ୍ମିକ ମହାନତା ଏବଂ କାଳଜୟୀ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ନିଜକୁ ସାମିଲ କରିଥିବା ଅନୁମାନ କଲି । ଭଗବାନ୍ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପିଏମ ମୋଦୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ।

ଭଗବାନ ଶ୍ରୀକୃଷ୍ଣଙ୍କ ସହ ଜଡିତ ପ୍ରାଚୀନ ଦ୍ୱାରକା ସବୁବେଳେ କୃଷ୍ଣ ପ୍ରେମୀଙ୍କ ଦୁର୍ବଳତା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟରେ ‘ସୁଦର୍ଶନ ସେତୁ’ର ଉଦଘାଟନ କରିଛନ୍ତି । ଯାହା ଭାରତର ଦୀର୍ଘତମ କେବୁଲ-ଷ୍ଟେଡ୍ ବ୍ରିଜ୍ ବିଟ୍ ଦ୍ୱାରକାଙ୍କୁ ମେନଲ୍ୟାଣ୍ଡକୁ ସଂଯୋଗ କରୁଛି ।

ଗୁଜୁରାଟର ଓଖା ମୁଖ୍ୟ ସହରରୁ ଏହା ବେଟ୍ ଦ୍ୱାରକା ଦ୍ୱୀପକୁ ସଂଯୋଗ କରିବ । ୨.୩୩ କିଲୋମିଟର ଏହି ପୋଲ ପାଇଁ ଖର୍ଚ୍ଚ ହୋଇଛି ୯୮୦ କୋଟି ଟଙ୍କା ୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି । ୭ ବର୍ଷ ପରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏହି ପୋଲଟି ପୂରାତନ ଓ ଆଧୁନିକ ଦ୍ୱାରକାକୁ ପରସ୍ପର ସହିତ ସଂଯୋଗ କରିବ ।

ଦ୍ୱାରକା ଜିଲ୍ଲାରେ ୨୧ଟି ଭୂଖଣ୍ଡ ରହିଥିବା ବେଳେ ବେଟ୍‌ ଦ୍ୱାରକା ଦ୍ୱୀପରେ ଜନବସତି ରହିଛି । ଏଠାରେ ପ୍ରାୟ ୧୨ ହଜାର ଲୋକ ବାସ କରନ୍ତି । କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ବେଟ୍‌ ଦ୍ୱାରକାରେ ହିଁ ରହୁଥିଲେ । ଶ୍ରୀକୃଷ୍ଣଙ୍କ ଭୂମିକରେ ଏହି ପୋଲ ନିର୍ମାଣ କରାଯାଇଥିବାରୁ ଏହାକୁ ସୁଦର୍ଶନ ସେତୁ ଭାବେ ନାମକରଣ କରାଯାଇଛି ।

ତା’ସହ ଏଠି ମହାବୀର ହନୁମାନ ଓ ତାଙ୍କ ପୁତ୍ର ମକରଧ୍ୱଜଙ୍କ ମନ୍ଦିର ମଧ୍ୟ ରହିଛି । ବିଶ୍ୱର ଏହା ଏକମାତ୍ର ସ୍ଥାନ ଯେଉଁଠି ମକରଧ୍ୱଜଙ୍କ ମନ୍ଦିର ରହିଛି ।