ବହୁ ଚର୍ଚ୍ଚିତ କଟକ ମାଲଗୋଦାମର ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ମାମଲାରେ ଦୋଷମୁକ୍ତ ହେଲେ ଦୁଇ ଭାଇ । ସୁଶିଲ ଓ ଶୁଶାନ୍ତ ଧଳ ସାମନ୍ତଙ୍କ ସହ ଆରିଫ ଖାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କଟକ ଜିଲ୍ଲା ଦୌରା ଜଜ କୋର୍ଟ। ସାକ୍ଷୀ ଓ ପ୍ରମାଣ ଅଭାବରୁ କୋର୍ଟ ଏହି ତିନି ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହା ପୂର୍ବରୁ ୪ ଜଣ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ତେବେ ୧୨ ନଭେମ୍ବର ୨୦୧୪ ମସିହାରେ କଟକ ମାଲଗୋଦାମ ଡ଼ାଲି ବ୍ୟବସାୟୀ ମହମ୍ମଦ ଫାରୁକ୍ ନିଜ ଗୋଦାମରେ ବସିଥିଲେ। ସେହି ସମୟରେ ଦୁଇଟି ବାଇକରେ ଦୂର୍ବୁର୍ତ୍ତ ଆସି ତାଙ୍କ ଉପରେ ଆଖିବୁଝା ଫାଇରିଙ୍ଗ କରିଥିଲେ। ଯାହାଫଳରେ ସେ ଗୁରୁତର ହୋଇଯାଇଥିଲେ। ତେବେ କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ୩୦ ଲକ୍ଷ ଟଙ୍କାର ଦାଦା ବଟି ନଦେବା ଯୋଗୁଁ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଥିଲା କଟକ କମିସନରେଟ ପୋଲିସ। ଧଳଭ୍ରାତ୍ତାଙ୍କ ଇସାରାରେ ଏହି ହତ୍ୟାକାଣ୍ଡ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।
କଟକରୁ ଗୁରୁଦତ୍ତ ମହାନ୍ତି
Sign in
Sign in
Recover your password.
A password will be e-mailed to you.
