Odia News Portal

ନବୀନଙ୍କ ବଡ଼ପଣିଆ, ବିରୋଧୀଙ୍କୁ ପାଛୋଟି ନେଲେ

ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପରେ ଆଲୋଚନା ପାଇଁ ଭିତରକୁ ଯାଇଥିଲେ ବିଜେପି ବିଧାୟକ

ଭୁବନେଶ୍ବର: ନବୀନ ନିବାସ ସାମ୍ନାରେ ବିରଳ ଘଟଣା । ନବୀନ ନିବାସ ସାମ୍ନାରେ ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ନିମନ୍ତ୍ରଣ ପାଇଁ ଖୋଦ୍ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ତେବେ ଏହା ପୂର୍ବରୁ ମନ୍ତ୍ରୀ ସମୀର ଦାସ ହାତଯୋଡି ନିବେଦନ କରିବା ସତ୍ତ୍ୱେ ମଧ୍ୟ ନବୀନ ନିବାସ ଭିତରକୁ ଯାଇନଥିଲେ ବିଜେପି ବିଧାୟକ । ବରଂ ତାଙ୍କ ପାଇଁ ନବୀନ ନିବାସର ଗେଟ ବନ୍ଦ କରି ଦେଇଥିବା ନେଇ ଅଭିଯୋଗ କରିଥିଲେ ବିଜେପି ଟିମ୍ ।

ଯାହାଫଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଖୋଦ୍ ବିଜେପି ବିଧାୟକଙ୍କ ନିକଟକୁ ଆସି ସେମାନଙ୍କୁ ନବୀନ ନିବାସ ଭିତରକୁ ଯିବାକୁ ନିମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପରେ ଶେଷରେ ଆଲୋଚନା ପାଇଁ ଭିତରକୁ ଯାଇଥିଲେ ବିଜେପି ବିଧାୟକ । ଆଉ ଏହାସହ ଉଭୟ ଶାସକ-ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।ତେବେ ସବୁଠୁ ବଡ କଥା ହେଲା, ନବୀନ ନିବାସ ଆଗରେ ଯେଉଁ ହାଇଡ୍ରାମା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ।