Odia News Portal

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଆଜି ହେଉଛି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଲେଖିକା ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟକୁ ବିକାଶ ମାର୍ଗରେ ଆଗେଇ ନେବା ସହ ଓଡ଼ିଆ ଭାଷା ଓ ସାହିତ୍ୟ ଜଗତକୁ ସମୃଦ୍ଧ କରୁଥିବା ତାଙ୍କ କାଳଜୟୀ ସୃଜନସୃଷ୍ଟି ପାଇଁ ନନ୍ଦିନୀ ଶତପଥୀ ସର୍ବଦା ସ୍ମରଣୀୟ ହୋଇ ରହିବେ ।