Odia News Portal

ବାହାନଗା ଷ୍ଟେସନରେ ପୁଣି ସିବିଆଇ ଟିମ୍, ଟିକିନିଖି ତଥ୍ୟ ଖୋଜୁଛି ତଦନ୍ତକାରୀ ଟିମ୍

ବାହାନଗାରେ ସିବିଆଇ ଟିମ୍‌ । ଦ୍ୱିତୀୟ ଦିନରେ ଦୁର୍ଘଟଣାସ୍ଥଳ ବାହାନଗା ବଜାର ଷ୍ଟେସନରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌ ଖୋଳତାଡ କରୁଛି । ଟେକ୍ନିକାଲ ଓ ଫୋରେନସିକ୍‌ ଟିମ୍‌ ଯାଞ୍ଚ କରୁଛନ୍ତି । ପ୍ୟାନେଲ୍‌ ରୁମ୍‌ରୁ ଆଜି ଖୋଳତାଡ ଆରମ୍ଭ ହୋଇଛି । ଦୁର୍ଘଟଣାସ୍ଥଳରୁ ଟ୍ରାକ ନିରୀକ୍ଷଣ କରି ଷ୍ଟେସନ ମ୍ୟାନେଜର ଅଫିସକୁ ଆସିଲା ସିବିଆଇ ଟିମ୍‌ । ଟେକନିକାଲ୍‌ ଟିମ୍‌ର ଯାଞ୍ଚ ଭିତରେ କିଛି ଅଧିକାରୀଙ୍କ ମୋବାଇଲ ଫୋନ ସିଜ୍‌ ହୋଇଛି । କଲ୍‌ ରେକର୍ଡ, ହ୍ଵାଟସଆପ୍‌ କଲ୍‌ ସହ ସୋସିଆଲ ମିଡ଼ିଆ ତଥ୍ୟ ନିଆଯାଉଛି ।

CDR ଡାଟା ଯାଞ୍ଚ କରିବ ସିବିଆଇ । ସେପଟେ ସିବିଆଇର ଗୋଟିଏ ଟିମ୍‌ ଭୁବନେଶ୍ୱର ଯାଇ ଲୋକୋ ପାଇଲଟ୍‌ଙ୍କୁ ବି ପଚାରଉଚରା କରିପାରେ । ଗତକାଲି ପ୍ରଥମ ଦିନରେ ଦୁଇ ଘଣ୍ଟା ଧରି ତଦନ୍ତ କରିଥିଲା ସିବିଆଇର ୧୦ ଜଣିଆ ଟିମ୍‌ । ଦୁର୍ଘଟଣା ନା ଜାଣିଶୁଣି କେହି କରମଣ୍ଡଳକୁ ଦୁର୍ଘଟଣା ମୁହଁକୁ ଠେଲିଦେଲା ? ଇଣ୍ଟରଲକିଂ ସିଷ୍ଟମକୁ ପରିବର୍ତ୍ତନ ହେଲା କେମିତି ? ଯଦି ଷଡ୍‌ଯନ୍ତ୍ର କିଏ ସେହି ଷଡ୍‌ଯନ୍ତ୍ରକାରୀ ? କାହିଁକି ଏଭଳି ଷଡଯନ୍ତ୍ର କଲା ? ଏସବୁ ଦିଗରେ ତଦନ୍ତକୁ ବଢ଼ାଇଛି ସିବିଆଇ ।