Odia News Portal

ରାଜଧାନୀରେ ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ

ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ। ଗତ ୩ ମାସ ଧରି ଭୁବନେଶ୍ୱର ଅଞ୍ଚଳରେ ବୁଲି ବୁଲି କରୁଥିଲେ ଲୁଟ୍।

ଏହି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହେଇଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ଗ୍ୟାଙ୍ଗର ସମସ୍ତ ସଦସ୍ୟ ତାମିଲନାଡୁର ବୋଲି ଜାଣିବାକୁ ପାଇଛି ପୋଲିସ। ଏମାନେ ଦିନରେ ମୁକ ହୋଇ ଭିକ୍ଷା ମାଗିବା ବାହାନାରେ ଅଭିନୟ କରନ୍ତି ଆଉ ପରେ ଚୋରି କରନ୍ତି। ୧୫ରୁ ଅଧିକ ମାମଲା ଥିବା ଜାଣିବାକୁ ପାଇଛି ପୋଲିସ।

ଏଭଳି ଏକ ତାମିଲ ଗ୍ୟାଙ୍ଗର ପର୍ଦ୍ଦା ଫାସ କରିଛି କମିଶନରେଟ ପୋଲିସ। ଧରାପଡ଼ିଥିବା ଲୁଟେରାଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ ହେବ। ଆଉ ଏମାନଙ୍କ କାର୍ୟ୍ୟ କଳାପ ଦେଖିଲେ ଆପଣ ବି ଆଶ୍ଚର୍ୟ୍ୟ ହେବେ।