Odia News Portal

ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା, ୯ ମୃତ, ଜଣେ ଗୁରୁତର

ରାଜସ୍ଥାନର ଝାଲାୱାଡ ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଏକ ଅନିୟନ୍ତ୍ରିତ ଟ୍ରଲର ଏକ ଭ୍ୟାନକୁ ଧକ୍କା ଦେଇଛି । ଭ୍ୟାନରେ ଥିବା ୧୦ ଜଣ ଯାତ୍ରୀଙ୍କ ଭିତରୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ଏମାନେ ସମସ୍ତେ ଏକ ବିବାହ ସମାରୋହରୁ ଫେରୁଥିଲେ । ଏହି ସଡକ ଦୁର୍ଘଟଣା ଆକ୍ଲେରା ନିକଟ ପଞ୍ଚୋଲା ଗ୍ରାମରେ ଘଟିଛି ।

କୁହାଯାଉଛି ଯେ ବାଗ୍ରି ସମ୍ପ୍ରଦାୟର ୧୦ ଜଣ ଯୁବକ ଭ୍ୟାନ୍ରେ ଯାତ୍ରା କରୁଥିଲେ, ସେଥିମଧ୍ୟରୁ ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି । ଜଣଙ୍କର ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଉଛି।

ସୂଚନା ମୁତାବକ ଭ୍ୟାନରେ ଯାତ୍ରା କରୁଥିବା ଲୋକମାନେ ମଧ୍ୟପ୍ରଦେଶର ଖିଲଚିପୁରରୁ ଏକ ବିବାହ ଉତ୍ସବରେ ଯୋଗଦେବା ପରେ ଫେରୁଥିଲେ । ଦୁର୍ଘଟଣା ପରେ ଟ୍ରଲର ଡ୍ରାଇଭର ଫେରାର ରହିଥିବା କୁହାଯାଉଛି । କୁହାଯାଉଛି ଯେ ଟ୍ରଲର ବହୁତ ଅଧିକ ସ୍ପିଡ୍ରେ ଥିଲା, ଯେଉଁ କାରଣରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ପୋଲିସ ମାମଲା ରୁଜୁ କରି ଟ୍ରଲର ଡ୍ରାଇଭରକୁ ଖୋଜିବା ଆରମ୍ଭ କରିଛି । ଏହି ଟ୍ରଲର ହରିୟାଣା ନମ୍ବର ବୋଲି କୁହାଯାଉଛି ।