Odia News Portal

‘ସଂକଳ୍ପ ପତ୍ର’ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

୨୦୨୪ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ‘ସଂକଳ୍ପ ପତ୍ର’ ଜାରି କଲା ବିଜେପି । ଦିଲ୍ଲୀ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଏହି ସଂକଳ୍ପ ପତ୍ର ଜାରି କରାଯାଇଛି ।

ନିଜ ସକଂଳ୍ପ ପତ୍ରରେ ବିଜେପି ମୋଦିଙ୍କ ଗ୍ୟାରେଣ୍ଟି ଆଧାରାରେ ଦେଶର ସବୁ ବର୍ଗଙ୍କୁ ପ୍ରାଧାନ୍ୟ ଦେଇଛି ।

ନିର୍ବାଚନୀ ଇସ୍ତାହାର ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବିଜେପିର ‘ସଂକଳ୍ପ ପତ୍ର’ ବିକଶିତ ଭାରତର ଚାରୋଟି ଦୃଢ ସ୍ତମ୍ଭ – ଯୁବକ, ମହିଳା, ଗରିବ ଏବଂ କୃଷକଙ୍କୁ ସଶକ୍ତ କରୁଛି।ଏହି ଅବସରରେ ସମ୍ବୋଧନ କରି ମୋଦି କହିଛନ୍ତି ଯେ, ଆଗାମୀ ପାଞ୍ଚ ବର୍ଷ ପାଇଁ ମାଗଣା ରାସନ୍ ଯୋଗାଇ ଦିଆଯିବ । ମଧ୍ୟବିତ୍ତ ପରିବାରର ବୟସ୍କଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ପ୍ରଦାନ ସହ ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ ।