Odia News Portal

ହାଇଦ୍ରାବାଦରେ ଚାଞ୍ଚଲ୍ୟ : ମହିଳାଙ୍କୁ ଜିଅନ୍ତା ଜାଳିଦେଲେ

ତେଲେଙ୍ଗାନା ହାଇଦ୍ରାବାଦରେଘଟିଛି ଏକ ଅଭାବନୀୟ ଘଟଣା । ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ । ତେଲେଙ୍ଗାନାର ମୋଇନାବାଦର ରାସ୍ତାରୁ ମହିଳାଙ୍କୁ ଦଗ୍ଧ ମୃତଦେହ ଉଦ୍ଧାର କରିଛି ପୋଲିସ ।ପୋଲିସର ସୂଚନା ଅନୁସାରେ, ମୃତଦେହଟି ରାସ୍ତାରେ ପଡିଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ଆସି ପହଞ୍ଚି ମୃତଦେହ ଜବତ କରିଥିଲା । ମୃତଦେହଟି ପ୍ରାୟ ୯୦ପ୍ରତିଶତ ଜଳିଯାଇଥିଲା । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ । ଏହି ଘଟଣା ନେଇ ମୋଇନାବାଦ ଏସଏଚଓ ଜି ପୱନ କୁମାର ରେଡ୍ଡି କହିଛନ୍ତି “ଘଟଣାର ତଦନ୍ତ ଚାଲିଛି । ମୃତଦେହଟି ୯୦ପ୍ରତିଶତ ଜଳିଯାଇଥିବାରୁ ଚିହ୍ନିବା ସହଜ ନୁହେଁ । ଏଯାଏ ମହିଳାଙ୍କ ପରିଚୟ ମିଳିପାରିନାହିଁ । ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।