Odia News Portal

ହିରୋସୀମାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୭ ଶିଖର ସମ୍ମିଳନୀରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ହିରୋସୀମାରେ ପହଞ୍ଚିଛନ୍ତି । ଏହି ଅବସରରେ ମୋଦି ହିରୋସୀମାରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ପୂଜ୍ୟପୂଜାଙ୍କୁ ପୁଷ୍ପାଞ୍ଜଳି ଜ୍ଞାପନ କରିଛନ୍ତି । ବାପୁଙ୍କ ପ୍ରତିମା ଅହିଂସା ବିଚାରଧାରା ରଖୁଥିବା ଲୋକଙ୍କ ପାଇଁ ପ୍ରେରଣା ବୋଲି ମୋଦି କହିଛନ୍ତି। ଏହା ପରେ ଜାପାନ ପିଏମ୍ ଫୁମିଆ କିଶିଦାଙ୍କ ସହିତ ସାକ୍ଷାତ କରିଛନ୍ତି ।
ହିରୋସୀମାରେ ମହାତ୍ମାଗାନ୍ଧିଙ୍କ ପ୍ରତିମା ଉନ୍ମୋଚନ କରିବା ପରେ ପ୍ରବାସୀ ଭାରତୀୟଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିରୋସୀମା ନାଁ ଶୁଣିବା ମାତ୍ରେ ଛାତିରେ କମ୍ପାନ ହୁଏ । ଜି-୭ ଶିଖର ସମ୍ମିଳନୀରେ ସାମିଲ ହେବା ପୂର୍ବରୁ ମହାତ୍ମାଙ୍କ ପ୍ରତିମୂର୍ତ୍ତୀ ଅନାବରଣ କରିବାକୁ ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତି କରିଛନ୍ତି ପିଏମ୍ ମୋଦି । ବର୍ତ୍ତମାନ ସମୟରେ ଦେଶରେ ଜଳବାୟୁ ପରିବର୍ତ୍ତନ ଏବଂ ଆତଙ୍କବାଦ ଲଢେଇ ଜୁଝି ହେଉଛି । ପୂଜ୍ୟ ବାପୁଙ୍କ ଆଦର୍ଶ ହେଉଛି ଜଳବାୟୁ ପରିବର୍ତ୍ତନ ଲଢେଇରେ ଜିତିବା ଉତ୍ତମ ମାର୍ଗ । ତାଙ୍କ ଜୀବନ ଶୈଳି ପ୍ରତି ସମ୍ମାନ ହେବା ହେଉଛି ଉତ୍ତମ ଉଦାହରଣ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ବୁଦ୍ଧ ଓ ମହାତ୍ମାଗାନ୍ଧିଙ୍କ ଦେଶ, ବିଶ୍ବ ପାଇଁ ଶାନ୍ତି ସନ୍ଦେଶ ଦେଉଛି । ଜାପାନ ଭଗବାନ ବୁଦ୍ଧଙ୍କ ବିଚାରଧାରା ରଖୁଥିବା ସମୃଦ୍ଧ ଦେଶ । ଏଠାରେ ମହାତ୍ମାଗାନ୍ଧିଙ୍କ ପ୍ରତିମା, ଅହିଂସା ବିଚାରକୁ ଆଗକୁ ନେବାରେ ବଡ଼ ପ୍ରେରଣା ହେବ ।