Odia News Portal

୩୧ କିଲୋଗ୍ରାମ ଗଞ୍ଜେଇ ଜବତ: ୪ ଗିରଫ

 ସମ୍ବଲପୁର ସହର ଗଞ୍ଜେଇ ଚୋରା ଚାଲାଣର ଏକ ପ୍ରମୁଖ ମାର୍ଗ ରୂପେ ଉଭା ହୋଇଥିବା ବେଳେ ଅବକାରୀ ବିଭାଗର ପାଟ୍ରୋଲିଂ ସମୟରେ ନିୟମିତ ଗଞ୍ଜେଇ ସମେତ ଦାମୀକିଆ କାର ଓ ଚାଲାଣକାରୀ ଧରାପଡୁଛନ୍ତି। ଏହି କ୍ରମରେ ରବିବାର ପାଟ୍ରୋଲିଂ ସମୟରେ ୨ଟି ସ୍ଥାନରୁ ଅବକାରୀ ବିଭାଗର ଦୁଇଟି ଦଳ ସମୁଦାୟ ୩୧ କିଗ୍ରା ଗଞ୍ଜେଇ ସମେତ ୨ଟି ଗାଡିକୁ ଜବତ କରି ୪ ଜଣ ଚାଲାଣକାରୀ ମାନଙ୍କୁ ଗିରଫ କରିଛନ୍ତି।

ପ୍ରଥମ ଘଟଣାରେ ଅବକାରୀ ଅଧିକାରିଣୀ ଅନ୍ନପୁର୍ଣ୍ଣା ରଥଙ୍କ ନେତୃତ୍ୱରେ ଏକ ଦଳ ହୀରାକୁଦ ଡାଇକ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ଏକ ସନ୍ଦିଗ୍ଧ କାରକୁ ଅଟକାଇ ଥିଲେ। ତେବେ ଉକ୍ତ ଗାଡିଟି ଅବକାରୀ ଦଳକୁ ଦେଖି ଫେରାର ମାରିବା ସମୟରେ ତାକୁ ଗୋଡାଇ ଗୋଡାଇ ଶାସନ କେନାଲ ନିକଟରେ ଧରାଯାଇଥିଲା। ଉକ୍ତ କାରକୁ ଯାଞ୍ଚ କରିବାରୁ ଲୁକ୍କାୟିତ ଭାବରେ ରଖାଯାଇଥିବା ୧୬ କିଗ୍ରା ଗଞ୍ଜେଇ ଜବତ ହୋଇଥିଲା। ଚାଲାଣକାରୀ କନ୍ଧମାଳ ନିବାସୀ ପ୍ରତାପ ନାୟକ (୨୭)ଙ୍କୁ ଗିରଫ କରାଯାଇଛି।

ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଦାଲତକୁ ଚାଲାଣ କରାଯାଇଛି। ଚାଲାଣକାରୀ ଉକ୍ତ ଗଞ୍ଜେଇକୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ବେଳେ ଉକ୍ତ ଗାଡି ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।