Odia News Portal

କାବୁଲରେ ଫସି ରହିଛନ୍ତି ୨୦ରୁ ଅଧିକ ଭାରତୀୟ

କାବୁଲ: ଆସନ୍ତା ୨୪ରୁ ୩୬ ଘଣ୍ଟା ମଧ୍ୟରେ କାବୁଲରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସତର୍କ କରାଇଛନ୍ତି । ତେବେ ଏହାରି ଭିତରେ ଆସିଛି ଏଭଳି ଏକ ଖବର କି, ୨୦ରୁ ଅଧିକ ଭାରତୀୟ କାବୁଲରେ ଫସି ରହିଛନ୍ତି । ତେବେ ଏମାନେ କିପରି ଭାବରେ ସୁରକ୍ଷିତ ଭାବେ ଉଦ୍ଧାର ହେବେ ଓ ଘରେ ପହଞ୍ଚିବା ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ବିମାନ ବନ୍ଦରକୁ ଆଉ ଭିଡ଼ ନ ଆସିବା ପାଇଁ ଉଭୟ ଆମେରିକା ଏବଂ ତାଲିବାନ ଚେଷ୍ଟା କରୁଛନ୍ତି। ଅନେକ ଚେକ୍ ପଏଣ୍ଟ ସୃଷ୍ଟି କରାଯାଇଛି ଜ୍ଝ ଏଭଳି ପରିସ୍ଥିତିରେ ଭାରତୀୟମାନଙ୍କୁ ଘଉଡାଇବା ପ୍ରକ୍ରିୟା ମନ୍ଥର ହୋଇପାରେ ବୋଲି ଏକ ସମ୍ଭାବନା ରହିଛି।