Odia News Portal

ରାଜଧାନୀରେ ସିଲ୍ ହେଲା ଆଉ ଏକ ରେଷ୍ଟୁରାଣ୍ଟ

ଭୁବନେଶ୍ୱର: କୋଭିଡ୍ ଗାଡ୍ଲାଇନକୁ ଅମାନ୍ୟ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ବିଏମସି ପକ୍ଷରୁ ନିଆଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । କଟକଣା ଅମାନ୍ୟ କରୁଥିବା ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ସିଳ୍ କରୁଛି ବିଏମସି । ନିକୋ ପାର୍କ ନିକଟସ୍ଥ ନାଇନଥ୍ ଷ୍ଟ୍ରିଟ ରେଷ୍ଟୁରାଣ୍ଟ ସିଲ୍ କଲା ବିଏମସି । ନବରାତ୍ରରେ ଦାଣ୍ଡିଆ କାର୍ୟ୍ୟକ୍ରମ ଆୟୋଜନ କରୁଥିବା ଅଭିଯୋଗ । ଦାଣ୍ଡିଆ କାର୍ୟ୍ୟକ୍ରମରେ ଭାଗ ନେବାକୁ ସୋସିଆଲ ମିଡିଆରେ ଆଗୁଆ ଟିକଟ ବୁକିଂ ପାଇଁ ବିଜ୍ଞାପନ ଦେଇଥିଲା । ଅକ୍ଟୋବର ୧୩ ଏବଂ ୧୪ରେ ଦାଣ୍ଡିଆ ନାଇଟ ପାଇଁ ଆଗୁଆ ଟିକଟ ବୁକିଂ କରିଥିଲା ରେଷ୍ଟୁରାଣ୍ଟ ।
ସୂଚନାଯୋଗ୍ୟ, ରାଜ୍ୟ ସରକାର ପାର୍ବଣରେ କରୋନା ସଂକ୍ରମଣକୁ ରୋକିବା ନେଇ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ସଂକ୍ରମଣ ଯେପରି ନବ୍ୟାପେ ସେଥିପାଇଁ ନାଇଟ କର୍ଫ୍ୟୁ ମଧ୍ୟ ଲଗାଯାଇଛି । ବିଶେଷ କରି କଟକ ଏବଂ ଭୁବନେଶ୍ୱରରେ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି କରାଯାଇଛି ।