Odia News Portal

ଦୁର୍ଘଟଣାରେ ଚାଲିଗଲା ୯ ଜୀବନ

ଗୌହ୍ୱାଟୀ: ଏମିତି ବି ଆସିପାରେ ମୃତ୍ୟୁ । ଖୁସିରେ ଯାଉଥିବାବେଳେ ଘଟିଥିଲା ଦୁର୍ଘଟଣା । ଚାଲିଗଲା ୯ ଜଣଙ୍କ ଜୀବନ । ଟ୍ରକ୍ ଓ ଅଟୋରିକ୍ସା ଧକ୍କା ହେବାଫଳରେ ଏହି ବଡ଼ୁ ଧରଣର ଦୁର୍ଘଟଣା ଘଟିଯାଇଥିବା ସୂନଚା ରହିଛି । ଯାହାପରେ ଏହି ଦୁର୍ଘଟଣାରେ ୯ ଜଣଙ୍କ ପ୍ରାଣ ଚାଲିଯାଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର୍ ଜଣକ ଗାଡ଼ି ଛାଡି ଫେରାର୍ ହୋଇଯାଇଛି । ଏଥିରେ ଅଟୋ ରିକ୍ସାଟି ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଯାଇଛି । ତେବେ ଘଟଣା ପରେ ସ୍ଥାନୀୟ ଲୋକମାନେ ପୋଲିସ୍ କୁ ଜଣାଇଥିଲେ । ପୋଲିସ୍ ଓ ପ୍ରଶାସନ ମିଶି ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।