Odia News Portal

ଆଫଗାନିସ୍ଥାନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଝିରେ ଲାଗିଲା ପରଦା

କାବୁଲ: ପଞ୍ଜଶୀରରେ ପତାକା ଉଡ଼ାଇବା ପରେ ଯୁଦ୍ଧ ବିରାମ ଘୋଷଣା କରିଛି ତାଲିବାନ। ଏପଟେ ଆଫଗାନିସ୍ତାନରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହୋଇଛି। ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ପୁଣିଥରେ କ୍ଲାସ୍ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ବି ଆରମ୍ଭ କରିଛନ୍ତି। ହେଲେ ଶ୍ରେଣୀ ଗୃହର ସ୍ଥିତି ଆଉ ପୂର୍ବପରି ନାହିଁ। ଛାତ୍ର ଛାତ୍ରୀମାନେ ପୂର୍ବଭଳି ସାଙ୍ଗରେ ପଠା ପଢୁଛନ୍ତି ସତ ହେଲେ ତାଲିବାନ ଭୟରେ ଶ୍ରେଣୀ ଗୃହରେ ଛାତ୍ରୀ ଓ ଛାତ୍ରଙ୍କ ମଝିରେ ପରଦା ଟଣାଯାଇଥିବା ଦେଖିବାକୁ ମିଳିଛି। ଅଲଗା ଅଲଗା ପାଠ ପଢ଼ଇବାକୁ ସଙ୍ଗେ ସଙ୍ଗେ ଭିତ୍ତିଭୂମି ପ୍ରସ୍ତୁତ ହୋଇ ନଥିବାରୁ ଶ୍ରେଣୀ ଗୃହରେ ଏପରି ବ୍ୟବସ୍ଥା କରାଯାଇଛି। ଏନେଇ ସୋଶଲ ମିଡିଆରେ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ସ୍ପଷ୍ଟ ଦେଖାଯାଉଛି ଯେ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ବଡ଼ ବଡ଼ ପରଦା ଟଣାଯାଇଛି। ଫଳରେ କୌଣସି ଛାତ୍ର ଛାତ୍ରୀଙ୍କୁ ଦେଖିପାରିବେ  ନାହିଁ କି ଛାତ୍ରୀ ମଧ୍ୟ ଛାତ୍ରଙ୍କୁ ଦେଖିପାରିବେ ନାହିଁ। ଶ୍ରେଣୀରେ କିଭଳି ପାଠ ପଡ଼ାଯିବ ସେ ନେଇ କିଛିଦିନ ପୂର୍ବେ କଟକଣା ଜାରି କରିଥିଲା ତାଲିବାନ।