Odia News Portal

କୋଟିଆରେ ପ୍ରକଳ୍ପ ଭିତ୍ତି ପକାଇଲା ଆନ୍ଧ୍ର

କୋରାପୁଟ: କୋଟିଆରେ ଆନ୍ଧ୍ର ସରକାର ପୁଣି ଅନୁପ୍ରବେଶ କରିଛନ୍ତି । କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଫଟୁସିନେରୀ ପଂଚାୟତ ଗୃହ, ସ୍ୱାସ୍ଥ୍ୟ ଓ ଅଙ୍ଗନବାଡି କେନ୍ଦ୍ର ଭିତ୍ତି ସ୍ଥାପନ କରାଯାଇଛି । ଫଗୁ ସିନେରୀରେ ଏକ କୃଷକ ବନ୍ଧୁ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଆନ୍ଧ୍ର ପାର୍ବତୀପୁରମର ପିଏ ଆଇଟିଡିଏଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ୧୬ରେ ଓଡିଶା ପକ୍ଷରୁ ପ୍ରତିବାଦ ହେବାରୁ ଆନ୍ଧ୍ର ଅଧିକାରୀ ଆସିନଥିଲେ । ସବୁ ଦଳର ନେତା ଏକାଠି ହୋଇ କୋଟିଆରେ ଡେରା ପକାଇଥିଲେ । ଓଡିଶା ନେତା, ଅଦିକାରୀ ପଳାଇ ଆସିବା ପରେ ଆଜି ଆନ୍ଧ୍ର ପ୍ରବେଶ କରିଛି ।