Odia News Portal

ଜେଲ୍‌ରେ ସାବିତ୍ରୀ ବ୍ରତ ପାଳିଲେ ଅର୍ଚ୍ଚନା ନାଗ

ଜେଲରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅର୍ଚ୍ଚନା ନାଗ । ହନିଟ୍ରାପ୍ ଓ ବ୍ଲାକମେଲିଂ ମାମଲାରେ ଝାରପଡା ଜେଳରେ ଥିବା ଜଗବନ୍ଧୁ ଚାନ୍ଦଙ୍କ ପତ୍ନୀ ଅର୍ଚ୍ଚନା ନାଗ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଅର୍ଚ୍ଚନାଙ୍କ ସହ ୨୩ ଜଣ ମହିଳା ଅନ୍ତେବାସୀ ପାଳନ କରିଥିଲେ ସାବିତ୍ରୀ ବ୍ରତ ।

ଏଥିପାଇଁ ଜେଲ ପକ୍ଷରୁ ସେମାନଙ୍କୁ ନୂଆ ଶାଢ଼ି, ଭୋଗ, ଫଳ, ଶଙ୍ଖା, ସିନ୍ଦୂର ଇତ୍ୟାଦି ପ୍ରଦାନ କରାଯାଇଥିଲା । ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଜେଲ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଥିଲେ ।

ସୂଚନା ଥାଉ କି, ଗତ ଏପ୍ରିଲ ୧୧ ତାରିଖରେ ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଅର୍ଚ୍ଚନାଙ୍କୁ ଗୋଟିଏ କେସ୍‌ରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ଥାନା ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ହେଲେ ଏବେ ବି ଅନ୍ୟ ଏକ ମାମଲାର ଶୁଣାଣି ଶେଷ ହୋନଥିବାରୁ ଜେଲରେ ରହିଛନ୍ତି ଅର୍ଚ୍ଚନା ।