Odia News Portal

ପଞ୍ଜାବରେ ସରକାର ଆସିଲେ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୃତି ଦେଲେ କେଜ୍ରିୱାଲ

ଅମୃତସର: ପାଖେଇ ଆସୁଛି ପଞ୍ଜାବ ସାଧାରଣ ନିର୍ବାଚନ । ଏଥରକ ପଞ୍ଜାବରେ ନିର୍ବାଚନ ଲଢ଼ିବାକୁ ଯାଉଛି ଆମ ଆଦମୀ ପାର୍ଟୀ । ଦିଲ୍ଲୀରେ ସରକାରରେ ଥିବା ଆପ ସରକାର ପଞ୍ଜାବରେ ନିର୍ବାଚନ ଲଢ଼ିବା ପୂର୍ବରୁ ରାଜ୍ୟବାସୀଙ୍କୁ ବହୁ ପ୍ରତିଶ୍ରୃତି ଘୋଷଣା କରିଛି । ୨୦୨୨ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଆମ୍ ଆଦ୍ମୀ ପାର୍ଟି (ଆପ୍) ସବୁ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ପୂର୍ବରୁ ଘୋଷଣା କରିସାରିଛି ।

ଏହି ପରିପ୍ରେକ୍ଷୀରେ ଯଦି ପଞ୍ଜାବରେ ଆପ୍ କ୍ଷମତାକୁ ଆସେ, ତାହାହେଲେ ରାଜ୍ୟବାସୀଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖିଆ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି । ଦିଲ୍ଲୀରେ ତାଙ୍କ ସରକାର ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ ମାଗଣା ବିଜୁଳି ଯୋଗାଉଛନ୍ତି । ଏହାକୁ ନେଇ ଦିଲ୍ଲୀର ମହିଳା ବେଶ ସନ୍ତୁଷ୍ଟ ଅଛନ୍ତି । ଏହି ଖୁସି ଯେପରି ପଞ୍ଜାବ ମହିଳାଙ୍କୁ ମିଳିବ, ସେଥିପାଇଁ ଆପ୍ ଲକ୍ଷ୍ୟ ରଖିଛି ବୋଲି କେଜ୍ରିୱାଲ ଟ୍ୱିଟ୍ ଜରିଆରେ କହିଛନ୍ତି । କେଜ୍ରିୱାଲ ମଙ୍ଗଳବାର ଏକ କାର‌୍ୟ୍ୟକ୍ରମରେ ଯୋଗଦେବାକୁ ଚଣ୍ଡିଗଡ ଯିବେ ।