Odia News Portal

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିବା ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବକ । ପ୍ରତ୍ୟାଖାନ କରିବା ପରେ ବିଭିନ୍ନ ଧମକ ଦେଇଥିଲା ଦୁର୍ବୁତ୍ତ । ଶେଷରେ ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହେବା ପରେ ଫଟୋରେ ଅଶ୍ଳିଳତା ରଖି ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ କଟକ ଯୋବ୍ରା ଅଞ୍ଚଳର ଅଭିଯୁକ୍ତ ବାପୁ ବେଉନକୁ ଗିରଫ କରିଛି ।

ଘଟଣାରୁ ପ୍ରକାଶ ଯେ, ଯୁବତୀ ଜଣକ କଟକରେ ରହି ପାଠ ପଢ଼ୁଥିଲେ । ସେଠାରେ ବାପୁ ତାଙ୍କୁ ଦେଖିଥିଲା । ଯୁବତୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ପିଛା କରିଥିଲା । ବାରମ୍ବାର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ମାରିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । କଟକରୁ ଆସି ଭୁବନେଶ୍ୱରରେ ରହିଥିଲେ ଯୁବତୀଙ୍କ ପରିବାର । ଖବର ପାଇ ଏଠାକୁ ମଧ୍ୟ ଆସି ବିଭିନ୍ନ ଧମକ ଦେଇଥିଲା ଅଭିଯୁକ୍ତ । ଶେଷରେ ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହେବା ଖବର ପାଇବା ପରେ ବାପୁ ଫଟୋକୁ ଏଡିଟ୍ କରି ଫେସବୁକରେ ଭାଇରାଲ କରାଇଥିଲା । ଏନେଇ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।