Odia News Portal

ବନ୍ଧାହେଲା ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ

କେନ୍ଦୁଝର: ଶାଳୀକୁ ହତ୍ୟା କରିବା ପରେ ଶାଶୁକୁ ଦୁଷ୍କର୍ମ କରି ଫେରାର ହୋଇଥିଲା ଅଭିଯୁକ୍ତ ଜ୍ୱାଇଁ । ଆଜି ପୋଲିସ ହାବୁଡ଼ରେ ଧରା ପଡିଛି ଅଭିଯୁକ୍ତ । କେନ୍ଦୁଝର ଜିଲ୍ଲା ବଲାଣି ପୋଲିସ ଅଭିଯୁକ୍ତ ରୂପସିଂ ସିଦ୍ଧୁକୁ ଗିରଫ କରିଛି । ହତ୍ୟା କରି ଫେରାର ହେବାର ୫ଦିନ ପରେ ଆଜି କେନ୍ଦୁଝର ଜିଲ୍ଲା ବାମେମାରୀ ଅଞ୍ଚଳରୁ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ ।

ସୂଚନା ଥାଉକି, ଗତ ୭ ତାରିଖରେ ଜଙ୍ଗଲକୁ ଯାଇଥିବା ବେଳେ ଶାଳୀ ସହ ଝଗଡ଼ା ହୋଇଥିଲା ରୂପସିଂର । ତେବେ ଉତକ୍ଷିପ୍ତ ହୋଇ ଶାଳୀକୁ ହତ୍ୟା କରିବା ପରେ ୧୦୦ ଫୁଟ ତଳକୁ ଥିବା ଘାଇକୁ ଫୋପାଡି ଦେଇଥିଲା । ଏମିତିକିରେ ମନ ବୁଝିଲାନି ଯେ ଗଛରେ ଶାଶୁକୁ ବାନ୍ଧୁ ଦୁଷ୍କର୍ମ କରିଥିଲା ନରପିଚାଶ । ତେବେ କୌଶଳକ୍ରମେ ସେଠାରୁ ଖସିଆସି ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଅଭିଯୁକ୍ତକୁ ଖୋଜୁଥିବା ବେଳେ ଆଜି ଧରାପଡ଼ିଛି ।