Odia News Portal

ବିଚାର ବିଭାଗୀୟ ହାଜତକୁ ଗଲେ ଆର୍ୟାନ

ନୂଆଦିଲ୍ଲୀ: କ୍ରୁଜ ପାର୍ଟି ସହ ଜଡିତ ଡ୍ରଗ୍ସ କେସରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସାହାରୁଖ ଖାନଙ୍କ ପୁଅ ଆୟର୍ନ ଖାନଙ୍କ ସମେତ ୮ ଜଣଙ୍କୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ରିମାଣ୍ଡ ମାଗିଥିଲା । ହେଲେ ଆଉ ଅଧିକ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିନାହିଁ । ଫଳରେ ଆର୍ୟାନ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି । ଏନସିବି ର ଓକିଲ ଅନିଲ ସିଂହ କହିଛନ୍ତି, ସମସ୍ତଙ୍କୁ ସାଙ୍ଗରେ ବସାଇ ପଚରାଉଚୁରା କରିବା ଜରୁରୀ ।

ଏନସିବି ଦାବି ଉପରେ ଆର‌୍ୟନ ଖାନଙ୍କ ଓକିଲ ସତୀଶ ମାନସିନ୍ଦେ ପ୍ରଶ୍ନ କରିଛନ୍ତି ଯେ, ଆର୍ୟାନ ଖାନ, ଅରବାଜ ମର୍ଚାଣ୍ଡ ଓ ଅର୍ଚ୍ଚିତ କୁମାରଙ୍କୁ ସାଙ୍ଗରେ ବସାଇ ବୁଧବାର କଣ ପାଇଁ ପଚରାଉଚୁରା କରାଗଲା ନାହିଁ । ଅର୍ଚିତ କୁମାରଙ୍କ ଗିରଫଦାରୀ ହୋଇସାରିଥିଲା । ୫ ଦିନର କଷ୍ଟଡୀରେ ରହିବା ଓ ପଚରାଉଚୁରା ମଧ୍ୟରେ କୌଣସି ତଥ୍ୟ ସାମ୍ନାକୁ ଆସିଲା ନାହିଁ । ତାହେଲେ ଏନସିବି ପୁଣି କଣ ପାଇଁ ଆର‌୍ୟନଙ୍କୁ କଷ୍ଟଡୀରେ ନେବାକୁ ଚାହୁଁଛି ।

ଏନସିବି ଓକିଲ ବିଶେଷ ଲୋକ ଅଭିୟୋଜକ ଉଦ୍ଧୈତ ସେଠନା ଡ୍ରଗ୍ସ ମାମଲା ସହ ଜଡିତ ଅନ୍ୟ ମାମଲାର ଶୁଣାଣି ମଧ୍ୟରେ ଦାବି କରିଥିଲେ ଯେ, ଧରାପଡିଥିବା ଅଭିଯୁକ୍ତ ଅର୍ଚ୍ଚିତ କୁମାରଙ୍କ ସହ ଆର୍ୟାନଙ୍କ ନେକ୍ସସ ମିଳିଛି । ଅର୍ଚ୍ଚିତ କୁମାରଙ୍କୁ ୯ ଅକ୍ଟୋବର ପର୍ଯ୍ୟନ୍ତ ଅଦାଲତ ଜେଲକୁ ପଠାଇ ଦେଇଛନ୍ତି । ଅର୍ଚ୍ଚିତଙ୍କ ଘରୁ ୨.୬ ଗ୍ରାମର ଗଂଜେଇ ଜବତ ହୋଇଛି ।