Odia News Portal

ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ

ଦ୍ୱିତୀୟ ଦିନିକିଆରେ ଏକତରଫା ଭାବରେ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଭାରତ ଦେଇଥିବା ୧୧୮ ରନର ଚୋଟ ଲକ୍ଷ୍ୟକୁ ମାତ୍ର ୧୧ ଓଭରରେ ପୂରଣ କରିଥିବା ବେଳେ ଏହି ମ୍ୟାଚକୁ ୧୦ ୱିକେଟରେ ଦଳ ଜିତି ନେଇଛି । ତେବେ ଅଷ୍ଟ୍ରେଲିଆର ଦୁଇ ଓପନର ଟ୍ରାଭିସ ହେଡ ଏବଂ ମିଚେଲ ମାର୍ଶଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବିଜୟୀ ହୋଇଛି । ସେପଟେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୧-୧ରେ ବରାବର କରିଛି ଅଷ୍ଟ୍ରେଲିଆ ।

ଭାରତର ୧୧୮ ରନର ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆ ପକ୍ଷରୁ ପାଳି ଆରମ୍ଭ କରିଥିଲେ ଟ୍ରାଭିସ ହେଡ ଏବଂ ମିଚେଲ ମାର୍ଶ । ପ୍ରଥମରୁ ହିଁ ସେ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ । ପ୍ରଥମ ଦିନିକିଆରେ ଭାରତୀୟ ବୋଲିଂର ଷ୍ଟାର ଥିବା ମହମ୍ମଦ ସିରାଜ ଏବଂ ମହମ୍ମଦ ଶାମୀଙ୍କୁ ଆଟାକ କରିଥିଲେ ଅଷ୍ଟ୍ରେଲିଆର ଦୁଇ ଓପନର । ତେବେ ଏହି ମ୍ୟାଚରେ ଟ୍ରାଭିସ ହେଡ ୩୦ ବଲରୁ ୧୦ଟି ଚୌକା ସହ ୫୧ ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଅନ୍ୟ ପକ୍ଷେ ସାଥୀ ଖେଳାଳି ମିଚେଲ ମାର୍ଶ ମାତ୍ର ୩୬ ବଲ ଖେଳି ୬ଟି ଲେଖାଏଁ ଚୌକା ଏବଂ ଛକା ସହ ୬୬ ରନ୍ ସଂଗ୍ରହ କରିଛନ୍ତି । ଏହି ଯୁଗଳବନ୍ଦୀ ସହ ଅଷ୍ଟ୍ରେଲିଆ ମାତ୍ର ୧୧ ଓଭରରେ ୧୨୧ ରନ କରି ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ କରିଛି । ଏଥିସହ ଦିନିକିଆ ସିରିଜକୁ ୧-୧ରେ ବରାବର କରିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ।