Odia News Portal

ସାଂସଦ ପଦରୁ ଇସ୍ତଫା ଦେବା ପରେ ଏମିତି କହିଲେ ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ: ବଲିଉଡ଼ର ଆଗ ଧାଡ଼ିର ଗାୟକ ତଥା ଲୋକସଭା ସାଂସଦ ବାବୁଲ ସୁପ୍ରିୟୋ ଆଜି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହାସହ ସେ ବିଜେପିର ନେତୃ ମଣ୍ଡଳୀଙ୍କୁ ଧନ୍ୟବାଦ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବାବୁଲ ସୁପ୍ରିୟୋ କହିଛନ୍ତି, ‘ମୋର ହୃଦୟ ଆଜି ଭାରୀ ଟ୍ଟ ମୁଁ ବିଜେପି ମାଧ୍ୟମରେ ମୋର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲି। ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ, ଦଳର ସଭାପତି ଏବଂ ଅମିତ ଶାହାଙ୍କୁ ଧନ୍ୟବାଦ ଦେଉଛି।

ବାବୁଲ ସୁପ୍ରିଓ ସେପ୍ଟେମ୍ବର ମାସରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ବିଜେପିରୁ ବିଦାୟ ନେବାବେଳେ ବାବୁଲ ସୁପ୍ରିୟୋ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ ବୋଲି କହିଥିଲେ। କିନ୍ତୁ ପରେ ବାବୁଲ ସୁପ୍ରିଓ କହିଥିଲେ ଯେ ତାଙ୍କ ବନ୍ଧୁ ଏବଂ ଅନ୍ୟ ଘନିଷ୍ଠ ଲୋକ ତାଙ୍କୁ ରାଜନୀତି ନ ଛାଡ଼ିବାକୁ ପରାମର୍ଶ ଦେଇଥିଲେ ।

କହି ରଖୁଛୁ କି, ଗତ ମାସରେ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଛନ୍ତି ବାବୁଲ ସୁପ୍ରିୟୋ । ପଶ୍ଚିମବଙ୍ଗରେ ଟିଏମସିର ବିଶାଳ ବିଜୟ ପରେ ଅନେକ ବିଜେପି ନେତା ଟିଏମସିରେ ଯୋଗ ଦେଇଛନ୍ତି । ଏହି ସ୍ରୋତରେ ସାମିଲ ହୋଇଥିଲେ ବାବୁଲ । ତେବେ ଆଗାମୀ ଦିନରେ ତାଙ୍କର ରାଜନୈତିକ କ୍ୟାରିୟର କଣ ହେଉଛି ତା’ଉପରେ ରହିଛି ସମସ୍ତଙ୍କ ନଜର ।