Odia News Portal

ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ, ବୁଢ଼ିଗଲେ

ବାଲେଶ୍ୱର: ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ନଦୀରେ ଭାସିଗଲେ ଛାତ୍ର । ସୁବର୍ଣ୍ଣରେଖା ନଦୀର ବାରୁଣୀ ଘାଟିରେ ଘଟିଛି ଏଭଳି ଅଘଟଣ । ନିଖୋଜ ଛାତ୍ର ଜଣକ ହେଲେ ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଗୁରୁପ୍ରସାଦ ସାମଲ(୧୬)।

ମିଳିଥିବା ସୂଚନା ମୁତାବକ, ଭେଲୋରାସ୍ଥିତ ଏକ ଘରୋଇ ଟ୍ୟୁଶନରେ ଗୁରୁପ୍ରସାଦ ପଢୁଥିଲେ। ଶୁକ୍ରବାର ଟ୍ୟୁଶନରେ ଗଣେଶ ପୂଜା ହୋଇଥିଲା। ରବିବାର ଗଣେଶ ମୂର୍ତ୍ତି ଭସାଣି ପାଇଁ ଗୁରୁପ୍ରସାଦଙ୍କ ସହ କିଛି ସାଙ୍ଗ ସୁବର୍ଣ୍ଣରେଖା ନଦୀକୁ ଯାଇଥିଲେ। ମୂର୍ତ୍ତି ବିସର୍ଜନ ପାଇଁ ଗୁରୁପ୍ରସାଦ ନଦୀ ଭିତରକୁ ପାଇଥିଲେ। ହେଲେ ଅସାବଧାନତା ଯୋଗୁଁ ସେ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ଖବର ପାଇ ବସ୍ତା ଓ ଜଳେଶ୍ୱର ଦମକଳ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ।