Odia News Portal

ସ୍ତ୍ରୀ ଓ ପୁଅକୁ ମାରିଦେଲା ଆଉ ନିଜେ ମରିଗଲା

ବ୍ରହ୍ମପୁର: ଅମାନୁଷିକ, ଅମାନବୀୟ ଓ ଅଭାବନୀୟ । ନିଜ ସ୍ତ୍ରୀ ଓ ୧୦ ମାସର ପୁଅକୁ ଅମାନୁଷିକ ଭାବେ ମାରିଦେଲା ବାପା । ପାରିବାରିକ କହଳରୁ ଏଭଳି ଅମାନବୀୟ କାଣ୍ଡ ଭିଆଇଥିବା ପରିବାର ଲୋକେ କହିଛନ୍ତି । ବ୍ରହ୍ମପୁର ଚମାଖଣ୍ଡି ଥାନା କୋଟବଗଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ତେବେ କେଉଁ କାରଣରୁ ପାରିବାରିକ କହଳ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।