Odia News Portal

ସତ ଓଗାଳିବେ କି ବିଦ୍ୟା?

ଉଦଳା: ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ପ୍ରଥମ ଦଫାରେ ଗଜପତି ପୋଲିସ ତଦନ୍ତ କରିଥିବା ବେଳେ କ୍ରାଇମବ୍ରାଞ୍ଚ ନିଜ ହାତକୁ ତଦନ୍ତ ଭାର ନେଇଛି । ପାରଳାଖେମୁଣ୍ଡି ଠାରେ ଡ଼ିଏଫଓ ଏବଂ ବନ କର୍ମଚାରୀଙ୍କୁ ଜେରା କରିବା ପରେ ଗତକାଲି ସୌମ୍ୟଙ୍କ ପରିବାର ଲୋକଙ୍କ ନିକଟରୁ ସାକ୍ଷ ଗ୍ରହଣ କରିବା ପରେ ଆଜି ବିଦ୍ୟା ଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । କ୍ରାଇମ ଏଗେନଷ୍ଟ ଦୁଇ ଜଣ ମହିଳା ବିଦ୍ୟାଙ୍କୁ ଜେରା ସମୟରେ ରହିବେ ଏବଂ ବିଦ୍ୟାଙ୍କୁ ଜେରା କରି ସବୁ ସତ ଓଗାଳିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ । ତେବେ କ୍ରାଇମ ବ୍ରାଞ୍ଚ କେତେବେଳେ ପହଂଚିବ ଏବଂ କେତେ ସମୟ ଜେରା କରିବ ତାହା ଏବେ ସୁଦ୍ଧା ଜଣାପଡ଼ିନାହିଁ ।