Odia News Portal

ପିପିଲି ପ୍ରଚାରର ମଙ୍ଗ ଧରିବେ ବିଜେଡ଼ି ସୁପ୍ରିମୋ ନବୀନ

ବିଜେଡ଼ିର ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡ଼ିଲେ ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ୱର: ପିପିଲି ଉପ ନିର୍ବାଚନ ପାଇଁ ବିଜେଡି ନିଜର ଷ୍ଟାର ପ୍ରଚାରକ ଘୋଷଣା କରିଛି | ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ଏହି ୩୦ ଜଣ ଷ୍ଟାର ପ୍ରଚାରକ ପିପିଲିରେ କ୍ୟାମ୍ପେନିଂ କରିବା ସହିତ ରୁଦ୍ର ମହାରଥୀଙ୍କୁ ଜିତାଇବାକୁ ପ୍ରାଣପଣେ ଉଦ୍ୟମ କରିବେ ।

ବିଜେଡିର ଏହି ଲିଷ୍ଟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ମହେଶ୍ୱର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସୁଶାନ୍ତ ସିଂ, ନବ ଦାସ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ଆକାଶ ଦାସନାୟକଙ୍କ ଭଳି ନେତାଙ୍କୁ ସାମିଲ କରିଛି । ସେହିଭଳି ସିନେଚେହେରା ଭାବେ ବିଜେଡି ନେତା ଅରିନ୍ଦମଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି ଦଳ । ତେବେ ଏହି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପିପିଲିରେ ବିଜେଡି ପାଇଁ ପ୍ରଚାର ଅଭିଯାନ ଜୋରଦାର କ୍ୟାମ୍ପେନ କରିବେ ଏହି ୩୦ ଷ୍ଟାର ପ୍ରଚାରକ ।