Odia News Portal

ନବୀନଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ

ଅନୁଗୁଳ: ଟିକାକେନ୍ଦ୍ରରେ ପୋଷ୍ଟରକୁ ନେଇ ରାଜନୀତି । ନବୀନଙ୍କ ପୋଷ୍ଟର ଚିରିଦେଲେ ବିଜେପି କର୍ମୀ । ଅନୁଗୁଳ ଜିଲ୍ଲାରୁ ଆସିଛି ଏଭଳି ଦୃଶ୍ୟ । ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ପୋଲିସ ଆସିବା ପୂର୍ବରୁ ବିଜେପି କର୍ମୀମାନେ ଚାଲିଯାଇଥିବା ସୂଚନା ମିଳିଛି ।

ଆଜିଠୁ କ୍ୟାମ୍ପେନ ମୋଡରେ ଆରମ୍ଭ ହୋଇଛି ଟିକାକରଣ । ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ଟିକାକରଣ କେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଲାଗିଥିଲା । ଯାହାକୁ ନେଇ ବିଜେପି କର୍ମୀମାନେ ପ୍ରତିବାଦ କରିଥିଲେ । ମୋଦୀଙ୍କ ପୋଷ୍ଟର କାହିଁକି ଲଗାଯାଇନାହିଁ ବୋଲି ପ୍ରତିବାଦ କରିଥିଲେ । ଏହାପରେ କର୍ମୀମାନେ ଲାଗିଥିବା ନବୀନଙ୍କ ପୋଷ୍ଟରକୁ ଚିରି ଦେଇଥିଲେ । ଯାହାକୁ ନେଇ କିଛିସମୟ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ଟିକାଦାନ ମଧ୍ୟ ଏକଘଣ୍ଟା ଲାଗି ବନ୍ଦ ରହିଥିଲା । ପରେ ପୋଲିସ ଆସିବା ପରେ ବୁଝାଶୁଝା କରିଥିଲା । ଏହାପରେ ପୁଣିଥରେ ଟିକାଦାନ ଆରମ୍ଭ ହୋଇଥିଲା । ତେବେ ବିଜେପି କର୍ମୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି ।