Odia News Portal

ଓଲଟିଲା ବସ୍, ୭ ଗୁରୁତର, ୪୦ରୁ ଅଧିକ ଆହତ

ଗଂଜାମ: ପୁଣି ଓଲଟିଲା ଯାତ୍ରୀବାହୀ ବସ୍‌। ବସ୍‌ ଓଲଟି ୭ ଗୁରୁତର, ୪୦ ଆହତ। ସୋରଡା ନିକଟ କୁଲାଙ୍ଗୀଠାରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା।

ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ନୀଳକଣ୍ଠ ନାମକ ଘରୋଇ ବସ୍। ଦୁର୍ଘଟଣାରେ ଡ୍ରାଇଭର ସମେତ ୧୨ ଆହତ ହୋଇଥିବା ଜଣାପଡିଛି। ବସ୍‌ରେ ୩୫ ଜଣ ଯାତ୍ରୀ ନେଇ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି। ଆହତଙ୍କ ସଂଖ୍ୟା ଆହୁରୀ ବଢ଼ିପାରେ। ଏହି ଦୁର୍ଘଟଣା ଭଞ୍ଜନଗର ଲାଠିପଡ଼ା ନିକଟରେ ଘଟିଛି। ବସଟି ଗୌଡ଼ଗୋଠରୁ କୃଷକ ମାନଙ୍କୁ ନେଇ ଭଞ୍ଜନଗର ଆସୁଥିଲା । ତେବେ ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଭଞ୍ଜନଗର ମେଡିକେଲକୁ ପଠାଯାଇଥିବା ଜଣାପଡିଛି। ଦୁର୍ଘଟଣା ସମ୍ପର୍କରେ ପୋଲିସ ଓ ଅଗ୍ନିଶମ ବାହିନୀକୁ ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି।

ସୂଚନା ମୁତାବିକ, ଗୁରୁବାର ଦିନ ଦିଗପଣ୍ଡି ନିକଟରେ ନୀଳକଣ୍ଠ ନାମ ଏକ ଘରୋଇ ବସ୍ ଭଞ୍ଜନଗର ଯାଉଥିବା ବେଳେ ଏକ ବୁଲାଣୀି ରାସ୍ତାରେ ଅଚାନକ ଏକ ବାଇକ ଆସି ଯିବାରୁ ବସ୍ ଚାଳକ ନିୟନ୍ତ୍ରଣ ହରାଇ ବସିଥିଲ। ଫଳ ଭାରସାମଞ ହରାଇ ଗାଡ଼ିଟି ରାସ୍ତା କଡରେ ଓଲଟି ପଡିଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ଆହତମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିବା ଜଣାପଡିଛି।