Odia News Portal

କମିଲା ବସ୍ ଭଡ଼ା, ଜାଣନ୍ତୁ କେତେ

ଭୁବନେଶ୍ୱର: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ । ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇବା ପରେ ଘରୋଇ ବସ୍ ମାଲିକ ମାନେ ଯାତ୍ରୀ ମାନଙ୍କ ଠାରୁ ବସ୍ ଭଡ଼ା ପୂର୍ବାପେକ୍ଷା କମ୍ ନେବାକୁ ସହମତି ଜଣାଇଛନ୍ତି। ଏଣିକି ଯାତ୍ରୀମାନଙ୍କୁ ଅର୍ଡିନାରି ଓ ଏକ୍ସପ୍ରେସ୍ ବସ୍ରେ କିଲୋମିଟର ପିଛା ୫ ପଇସା ଭଡ଼ା କମ୍ ଦେବାକୁ ପଡ଼ିବ। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍ କିମି ପିଛା ୧୦ ପଇସା ହ୍ରାସ ପାଇଛି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପେଟ୍ରୋଲ ଓ ଡିଜେଲ ଦର ହୁହୁ ବଢ଼ିବା ପରେ ଜନସାଧାରଣଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିଥିଲା। ବଦ୍ଧିର୍ତ ତେଲ ଦର ନେଇ ଦେଶର ଚାରିଆଡେ ବିରୋଧର ସ୍ବର ଉଠିଥିଲା। ଗତ ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ। ସେହିପରି ରାଜ୍ୟ ସରକାର ମଧ୍ୟ ୪ଟଙ୍କା ଭାଟ୍ କମ କରିଥିଲେ। ଫଳେ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀମାନଙ୍କ ଠାରୁ ପୂର୍ବାପେକ୍ଷା ବସ୍ ଭଡ଼ା କମ୍ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି।