Odia News Portal

ଛାଡ଼ ହୋଇପାରେ ବସ ମାଲିକଙ୍କ ଟିକସ

ଭୁବନେଶ୍ୱର: ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । କରୋନା କଟକଣାକୁ ଦୃଷ୍ଟିରେ ରଖି ବସ ଚଳାଚଳ ଉପରେ କଟକଣା ଲଗାଯାଇଛି । ଯଦିଓ କିଛି ଜିଲ୍ଲାରେ ବସ ଚଳାଚଳ କରୁଛି ତେବେ କଟକଣା ମଧ୍ୟରେ ସ୍ୱଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ବସ ଯାଉଛି । ଯେଉଁ କାରଣରୁ ବସ ମାଲିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ତେବେ ଲକଡାଉନ ପରବର୍ତ୍ତୀ ବସ ଚଳାଚଳ ସ୍ୱାଭାବିକ ପାଇଁ ପଦକ୍ଷେପ ନିଆଯାଉଥିବାବେଳେ ବସ ମାଲିକମାନଙ୍କୁ ଟିକସ ଛାଡ଼ ସହ ଅନ୍ୟ ସୁବିଧା ଦେବାକୁ ବିଚାର କରାଯାଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।