Odia News Portal

ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର: ମମିତା ହତ୍ୟା ମାମଲାରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର । ପ୍ରେସ ବିବୃତି ଜରିଆରେ ପ୍ରଥମ ଥର ମନ୍ତ୍ରୀ ମୁହଁ ଖୋଲିଛନ୍ତି । ‘ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ମର୍ମାହତ । ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଆଇନ ଅନୁଯାୟୀ, ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ । ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ଚରିତ୍ର ସଂହାର କରିଥିବା’ ଦିବ୍ୟଶଙ୍କର କହିଛନ୍ତି । ଏହାକୁ ନେଇ ତାଙ୍କ ପରିବାର ମାନହାନୀ ମୋକଦ୍ଦମା କରିଥିବା ସେ କହିଛନ୍ତି । ଅନ୍ୟ ଏକ ଚ୍ୟାନେଲ ନାଁ ରେ ମାମଲା ରୁଜୁ ହୋଇଛି । ମହାଲିଙ୍ଗ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା ସଂପର୍କରେ ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି, ‘ଜନପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । ମୁଁ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେଇଥାଏ.. ସେଠି ପରେ କିଛି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ । ମୋ ବିରୋଧରେ କିଛି ପ୍ରମାଣ ଥିଲେ ପୋଲିସ, କୋର୍ଟକୁ ଦିଅନ୍ତୁ । ବାୟୁସେନାର ଆଦର୍ଶ ନେଇ ମୁଁ ରାଜନୀତିକୁ ଆସିଛି । ମୁଁ ପଛେ କ୍ଷତିଗ୍ରସ୍ତ ହେବି, ଜଣେ ହେଲେ ବ୍ୟକ୍ତିକୁ ଦୁଃଖ ଭୋଗିବାକୁ ଦେବିନି’ ବୋଲି ସେ କହିଛନ୍ତି