Odia News Portal

ମୂର୍ତ୍ତି ବିସର୍ଜନ ବେଳେ ଚଢ଼ିଗଲା କାର

ରାୟପୁର: ଅଘଟଣ । ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଉଥିବାବେଳେ ଦୁର୍ଘଟଣା । ଛତିଶଗଡ଼ ଯଶପୁରରେ ଘଟିଛି ଏଭଳି ଅଘଟଣା । ଦ୍ରୃତଗତିରେ ଆସୁଥିବା ଏକ କାର ଚଢ଼ିଯାଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ପୂରା ଅଞ୍ଚଳରେ ବାତାବରଣ ଉତ୍ତେଜନାପୂର୍ଣ୍ଣ ହୋଇ ଯାଇଛି । ଉତ୍ତ୍ୟକ୍ତ ଲୋକେ ଅନେକ ଗାଡି଼ରେ ନିଆଁ ଲଗେଇ ଦେଇଛନ୍ତି ଏବଂ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କୁ ନିର୍ଧୁମ୍ ମାଡ଼ ମାରିଛନ୍ତି ।ସେପଟେ ଏହି ଘଟଣା ପରେ ପୂରା ସହରରେ ସ୍ଥିତି ଗମ୍ଭୀର ହୋଇ ଯାଇଛି। ଲୋକେ ସହରକୁ ବନ୍ଦ କରି ରଖିଛନ୍ତି ଏବଂ ପତ୍ଥଲଗାଁ ଥାନାରେ ପ୍ରଦର୍ଶନ କରୁଛନ୍ତି ।
ସୂଚନା ମୁତାବକ, ଏହି କାର୍ ଦୁର୍ଘଟଣାରେ ମୃତ ଯୁବକଙ୍କ ନାଁ ଗୌରବ ଅଗ୍ରୱାଲ ବୋଲି ଜଣାପଡ଼ିଛି । ଲୋକେ ଅଭିଯୋଗ କରିଛନ୍ତି କି ଦୁର୍ଘଟଣା ଘଟାଇ ଥିବା ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇ ଯାଉଥିଲା । ହେଲେ ପତ୍ଥଲଗାଁର ଏସ୍ଡିପିଓ କହିଛନ୍ତି କି ଏବେ ଏହି ମାମଲାର ତଦନ୍ତ କରାଯାଉଛି ।