Odia News Portal

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବିମାନ ଅବତରଣକୁ ୟୁପିରେ ମିଳିଲାନି ଅନୁମତି

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଘଟିଥିବା ଘଟଣା ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି । ଏନେଇ ପୁରା ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସମସ୍ତେ କୃଷକଙ୍କ ସପକ୍ଷରେ ବାହାରିଥିବାର ଦେଖିବାକୁ ମିଳୁଛି । ଏହା ମଧ୍ୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଲଖନଉ ଗସ୍ତକୁ ମନା କରାଯାଇଥିବାର କଥା ସାମ୍ନାକୁ ଆସିଛି । ତେବେ ଲଖିମପୁରରେ ଘଟିଥିବା ଘଟଣାକୁ ସମର୍ଥନ ଜଣାଇ ଭୂପେଶ ବଘେଲ ଲଖନଉ ଗସ୍ତରେ ବାହାରିଥିଲେ । ହେଲେ ଲଖନଉ ବିମାନବନ୍ଦରରେ ତାଙ୍କ ବିମାନ ଅବତରଣ କରିବାକୁ ଅନୁମତି ଦିଆଯାଇନଥିଲା । ସେପଟେ ପ୍ରିୟଙ୍କା ଗାନ୍ଧୀ ଲଖିମପୁର ଯିବାର ଠିକ କିଛି ସମୟ ପରେ ଏପରି ଘଟିଥିବାର ସୂଚନା ମିଳିଛି । କେବଳ ବଘେଲ ନୁହଁନ୍ତି ବରଂ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ରାନ୍ଧୱାଙ୍କ ବିମାନକୁ ମଧ୍ୟ ଅବତରଣ କରିବାକୁ ଦିଆଯାଇନଥିଲା । ଏଖବର ସାମ୍ନାକୁ ଆସିବା ପରେ ପୁଣି ଆଉଥରେ କେନ୍ଦ୍ରକୁ ବିରୋଧୀ ଦଳ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ଏନେଇ ନିଜେ ଭୂପେଶ ବାଘେଲ ମଧ୍ୟ ବଡ଼ ବୟାନ ଦେଇଛନ୍ତି । ତେବେ ଉତ୍ତରପ୍ରଦେଶ ସରକାର ରାଜ୍ୟକୁ ଆସିବାକୁ ଅନୁମତି ନ ଦେବା ପାଇଁ ଷଡ଼ଯନ୍ତ୍ର ରଚୁଛନ୍ତି । ଏପରି କରି ଚାଷୀଙ୍କ ପ୍ରତୀ ଥିବା ତାଙ୍କର ମନଭାବ ପଦାରେ ପଡ଼ିଛି ବୋଲି ଭୂପେଶ ବାଘେଲ କହିଛନ୍ତି ।