Odia News Portal

କେନ୍ଦୁଝର ବାସୀଙ୍କୁ ୪,୭୦୩ କୋଟି ଟଙ୍କାର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କରିଛନ୍ତି । ୩୮୧ କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜ ନିର୍ମିତ ହୋଇଛି । ଲୋକାର୍ପଣ ଅବସରରେ ଏମବିବିଏସ ପ୍ରଥମ ବର୍ଷର ଶହେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହିତ ଫଟୋ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି କେନ୍ଦୁଝର ଗସ୍ତ କରି ମୁଖ୍ୟମନ୍ତ୍ରୀ ୨୫୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଜିଲ୍ଲାବାସୀଙ୍କୁ ୪ ହଜାର ୭୦୩ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୪ହଜାର ୩୭୨ଟି ଏସଏଚଜି ଗ୍ରୁପକୁ ସହାୟତା ପ୍ରଦାନ କରିଛନ୍ତି । ବିନା ସୁଧରେ ୩୭୮କୋଟି ଟଙ୍କାର ଋଣ ସହାୟତା ଦିଆଯାଇଛି। ଏହାଦ୍ବାରା ୧ଲକ୍ଷ ୫୮ହଜାର ୬୫୫ କୋଟି ମହିଳା ସ୍ୱାବଲମ୍ବୀ ହେବେ ।