Odia News Portal

ଆଜି ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ, ବିକ୍ରମ ଆରୁଖ, ସୁଦାମ ମାର୍ଣ୍ଡି ଓ ସାରଦା ନାୟକ ହେବେ ମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିବେ । ରାଜ୍ୟ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଗତକାଲି ୩ ବିଧାୟକଙ୍କୁ ଫୋନ୍ ଯାଇଛି । ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖ, ବିଧାୟକ ସୁଦାମ ମାର୍‌ଣ୍ଡି ଓ ସାରଦା ନାୟକଙ୍କ ପାଖକୁ ନବୀନ ନିବାସରୁ ଫୋନ୍ ଯାଇଥିଲା । ଏହି ୩ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଆଜି ଶପଥ ନେବେ ।

ଆଜି ସକାଳ ୯ଟା ୫୦ ମିନିଟରେ ଲୋକସେବା ଭବନର କନଭେନସନ ହଲରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଗତକାଲିସନ୍ଧ୍ୟାରେ ଭୁବନେଶ୍ଵର ଫେରିଛନ୍ତି ରାଜ୍ୟପାଳ ।

କିଛି ଦିନ ତଳେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ଇସ୍ତଫା ଦେଇଥିଲେ।