Odia News Portal

ରଥଖଳାରେ ମହାପ୍ରସାଦ ସେବନ କଲେ ଜିଲ୍ଲାପାଳ

ରଥଖଳାରେ ତଳେ ଚକା ପକାଇ ବସିଛନ୍ତି ଜିଲ୍ଲାପାଳ। ରଥ ନିର୍ମାଣରେ ନିୟୋଜିତ କାରିଗର ଓ ସେବାୟତଙ୍କ ସହ ମିଶି ମହାପ୍ରସାଦ ସେବନ କରୁଛନ୍ତି। ପୁରୀ ଜିଲ୍ଲାପାଳଙ୍କ ଏଭଳି ସାଧାରଣ ଜୀବନଯାପନ ଦେଖି ଆଜି ସମସ୍ତେ ତାଜୁବ ହୋଇଛନ୍ତି। ପିପିଇ କିଟ୍ ପିନ୍ଧି କୋଭିଡ କେୟାର ଯାଇ ଚର୍ଚ୍ଚାରେ ଥିବା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଏବେ ସୋସିଆଲ ମିଡିଆରେ ବେଶ ପ୍ରଶଂସା ମିଳୁଛି।

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ରଥ ନିର୍ମାଣ କରୁଥିବା କାରିଗର ମାନଙ୍କ ସହ ତଳେ ଚକା ପକାଇ ଦିନ ଦ୍ବୀପହର ଭୋଜନ କରୁଥିବା ଦେଖିବାକୁ ମିଳିଛି। ଯାହାର ଫୋଟୋ ଏବେ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି।ଜଣେ IAS ହୋଇ ମଧ୍ୟ ସାଧାରଣ ଲୋକଙ୍କ ଭଳି କାରିଗର ମାନଙ୍କ ସହ ବସି ଖାଇବା ତାଙ୍କର ଅତି ସାଧାରଣ ହେବାର ପରିଚୟ ଦେଇଥିବା ବେଳେ ମନରେ ଗର୍ବ କି ଅହଂକାର ନ ଥିବା ଭଳି ମନେ ହୁଏ। ଯାହାକୁ ନେଇ ସାଧାରଣରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଶଂସାର ସୁଅ ଛୁଟିଛି।