Odia News Portal

ଅଜିତଙ୍କ ପାଇଁ କଂଗ୍ରେସର ୩୦ ଷ୍ଟାର କ୍ୟାମ୍ପେନର

ଲିଷ୍ଟରେ ପ୍ରଦେଶ କଂଗ୍ରେସ ପ୍ରଭାରୀଙ୍କ ସମେତ ଅନେକ ପୁରୋଖା ନେତା ସାମିଲ୍

ଭୁବନେଶ୍ବର: ପିପିଲି ଉପ ନିର୍ବାଚନ ପାଇଁ ବିଜେଡ଼ି ଭଳି କଂଗ୍ରେସ ମଧ୍ୟ ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଅଜିତ ମଙ୍ଗରାଜଙ୍କ ପାଇଁ କଂଗ୍ରେସର ୩୦ ଜଣ ଷ୍ଟାର କ୍ୟାମ୍ପେନର ପିପିଲିରେ ଜୋରଦାର ପ୍ରଚାର କରିବେ ।

ତେବେ ଏହି ଲିଷ୍ଟରେ ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ, ନରସିଂହ ମିଶ୍ର ପ୍ରମୁଖ ରହିଛନ୍ତି ।ତାଙ୍କ ସହିତ ରୁଦ୍ର ରାଜୁ, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଲ ତିରିଆ, ଶରତ ପଟ୍ଟନାୟକ, ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝି, ଶରତ ରାଉତ, ବିଶ୍ୱ ରଞ୍ଜନ ମହାନ୍ତି, ରାଗିନୀ ନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ମଧ୍ୟ ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ।

ଏହା ବ୍ୟତୀତ ସାଂସଦ ସପ୍ତଗିରି ଉଲାକା, ବିଧାୟକ ସୁରେଶ ରାଉତରାୟ, ତାରା ବାହିନୀପତି, ସନ୍ତୋଷ ସାଲୁଜା, ରମେଶ ଜେନା, ମହମ୍ମଦ ମୋକିମ, ଅଧୀର ରଞ୍ଜନ ଚୌଧୁରୀ, ସି ଏସ୍ ରାଜନ ଏକ୍କା, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ବନ୍ଦିତା ପରିଡା, ସଂଗ୍ରାମ କେଶରୀ ଜେନା, ସ୍ମୃତି ରଂଜନ ଲେଙ୍କା, ସତ୍ୟ ପ୍ରକାଶ ନାୟକ ଓ ସୟଦ ୟାସିର ନବାଜ ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ ହୋଇଛନ୍ତି ।ତେବେ ଗତ ଥର ପିପିଲିରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ଥିଲେ ମଧ୍ୟ ଚଳିତ ଥର ଭୋଟ୍ ପ୍ରତିଶତ ବୃଦ୍ଧି ପାଇବ ବୋଲି କଂଗ୍ରେସ ନେତାମାନେ ଦୃଢ଼ ଦାବି କରିଛନ୍ତି ।