Odia News Portal

କଂଗ୍ରେସରୁ ଇସ୍ତାଫା ଦେଲେ ସି. ଆର କେଶବନ

ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ କାଳ ଦଳ ପାଇଁ କାର୍ଯ୍ୟ କରି ଆଜି ଭାରତର ପ୍ରଥମ ଗଭର୍ଣ୍ଣର୍‌ ଜେନେରାଲ୍‌ ସି. ରାଜଗୋପାଳଚାରୀଙ୍କ ନାତି ସି. ଆର୍‌. କେଶବନ୍‌ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

୨୦୦୧ରେ ବିଦେଶରେ ଭଲ କ୍ୟାରିୟର୍‌ ଛାଡ଼ି ସେ କେମିତି କଂଗ୍ରେସରେ ଯୋଗ ଦେଇଥିଲେ ସେକଥା ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଲେଖିଥିବା ପତ୍ରରେ କେଶବନ୍‌ କହିଛନ୍ତି।

ପତ୍ରରେ ଉଲ୍ଲେଖ ଅଛି, ଗୋଟାଏ ସାମଗ୍ରିକ ଆଦର୍ଶବାଦ ଓ କ୍ରମବର୍ଦ୍ଧିଷ୍ଣୁ ଜାତୀୟ ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ପ୍ରତିବଦ୍ଧତାଦ୍ବାରା ଅନୁପ୍ରାଣିତ ହୋଇ ମୁଁ ୨୦୦୧ରେ କଂଗ୍ରେସରେ ଯୋଗ ଦେଇଥିଲି।

ମତେ କହିବାକୁ ଦୁଃଖ ଲାଗୁଛି ଯେ, ଏବେ କିଛି ଦିନ ହେବ ମୁଁ ଦଳରେ ମୂଲ୍ୟବୋଧର ଚିହ୍ନବର୍ଣ୍ଣ ଦେଖୁନାହିଁ, ଯେଉଁ ମୂଲ୍ୟବୋଧ ଯୋଗୁଁ ମୁଁ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମର ଧରି ନିଷ୍ଠାପର ଭାବେ ଦଳ ପାଇଁ କାମ କରିଥିଲି। ଦଳର ସାମ୍ପ୍ରତିକ ଅବସ୍ଥା ଯାହା ସୂଚାଉଛି ମୁଁ ସେଥିରେ ଏକମତ ହେବି ବ‌ୋଲି ଆଉ ମନେହେଉନାହିଁ।

ଏହାଛଡ଼ା, ସେ କହିଛନ୍ତି ଯେ, ମୁଁ ଅନ୍ୟ ଦଳକୁ ଚାଲିଯିବି ବୋଲି କଳ୍ପନାଜଳ୍ପନା ଚାଲିବ। କିନ୍ତୁ ପ୍ରକୃତରେ ଅନ୍ୟ କୌଣସି ଦଳରେ ସହିତ ମୁଁ ଆଲୋଚନା କରିନାହିଁ କି, ଭବିଷ୍ୟତ ବିଷୟରେ କିଛି ଜାଣିନାହିଁ।