Odia News Portal

ଶେଷ ବଲରେ ଜିତିଲା ଚେନ୍ନାଇ

ଦୁବାଇ: ସୁପର ସଣ୍ଡେରେ ସୁପର ମ୍ୟାଚ୍ । କୋଲକାତାକୁ ହରାଇ ପଏଣ୍ଟ ଟେବୁଲରେ ଟପ ଉଠିଲା ଚେନ୍ନାଇ । ଚେନ୍ନାଇ ଚଳିତ ସଂସ୍କରଣର ଆଇଏପିଏଲ୍ରେ ଏପର୍ୟ୍ୟନ୍ତ ୧୦ଟି ମ୍ୟାଚ୍ ଖେଳିଛି। ଏଥିରୁ ୮ଟି ମ୍ୟାଚ ଜିତିଛି। କୋଲକାତା ମଧ୍ୟ ୧୦ଟି ମ୍ୟାଚ୍ ଖେଳିଛି କିନ୍ତୁ ୪ଟି ମ୍ୟାଚରେ ବିଜୟ ହାସଲ କରିଛି। ଫଳରେ କୋଲକାତାକୁ ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନ ମିଳିଛି।

ଆବୁଧାବିରେ ରବିବାର ଖେଳାଯାଇଥିବା ମ୍ୟାଚ୍ରେ କୋଲକାତା ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା। ଫଳରେ ଚେନ୍ନାଇକୁ ୧୭୨ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା।