Odia News Portal

ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀର ପ୍ରେମିକକୁ ହତ୍ୟା କଲା ସ୍ୱାମୀ

କଟକ: ପରକୀୟା ପ୍ରୀତି ଶେଷରେ କାଳ ହୋଇଛି । ସ୍ତ୍ରୀର ପ୍ରେମିକକୁ ଅତି ନିର୍ମମ ଭାବେ ହତ୍ୟା କରିଛି ସ୍ୱାମୀ । ସେପଟେ ସ୍ତ୍ରୀକୁ ମଧ୍ୟ ଛୁରା ମାଡ଼ କରି ଫେରାର ହୋଇଯାଇଛି ସ୍ୱାମୀ । କଟକ କଲେଜ ଛକ ଅଞ୍ଚଳରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଲେ ସନାତନ ଦାଶ । ସେପଟେ ଗୁରୁତର ଭାବେ ମହିଳାଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଦିନ ମଜୁରିଆ ଭାବେ କାମ କରୁଥିବା ସନାତନଙ୍କ ପାଖରେ ଆସି ରହୁଥିଲେ ମାଳତୀ । ସେ ତାଙ୍କ ସ୍ୱାମୀ କାଳିଆକୁ ଛାଡ଼ି ଏଠାରେ ରହୁଥିଲେ । ତେବେ ଶନିବାର ରାତିରେ କାଳିଆ ଆସି ଉଭୟଙ୍କୁ ଆକ୍ରମଣ କରିଥିଲା । ଧାରୁଆ ଛୁରୀରେ ଉଭୟଙ୍କୁ ଲହୁ ଲୁହାଣ କରି ପକାଇଥିଲା । ଘଟଣାସ୍ଥଳରେ ହିଁ ସନାତନଙ୍କ ମୃତ୍ୟୁ ହୋଇଥିଲା । ମାଳତୀଙ୍କ ଅବସ୍ଥା ଏବେ ସଙ୍କଟାପର୍ଣ୍ଣ ରହିଛି । ପୋଲିସ ଓ ସାଇଣ୍ଟଫିକ୍ ଟିମ୍ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।