Odia News Portal

କରୋନା ବିରୁଦ୍ଧରେ ଜନ ଆନ୍ଦୋଳନ କରିବାକୁ ଆହ୍ୱାନ୍ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆମ ଦେଶ ଏକ ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି । ସରକାର ଏକୁଟିଆ ଚାହିଁଲେ ସବୁ କରିଦେବେ ସେମିତି ଭାବିବା ଭୁଲ୍‌ । ଏଣୁ ସମାଜର ବର୍ଗର ଲୋକ  ମିଶି କରୋନା ବିରୋଧରେ ଲଢେଇ କରିବାକୁ ପଡିବ । ଏହାକୁ ଏକ ଜନ ଆନ୍ଦାଳନରେ ପରିଣତ କରି ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟେମଣ୍ଟକୁ ଗୁରୁତ୍ୱ ଦେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   

ଏକ ଭିଡିଓ ବାର୍ତ୍ତାରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଆଜିର ଆବଶ୍ୟକତା କଣ ତାହା ସମସ୍ତ ଦେଶବାସୀଙ୍କୁ ଜାଣିବାକୁ ପଡିବ । କରୋନା ବିଭିଶିକାରେ ମାନବ ସମାଜ ତ୍ରସ୍ତ ହେଲାଣି । ଏଣୁ ଓଡ଼ିଆ ଲୋକବି ଚିନ୍ତାରେ ।  ଦେଶର ପଶ୍ଚିମାଞ୍ଚଳ ଓ ଉତ୍ତରାଞ୍ଚଳରେ କରୋନା ଏବେ ଆପାତତଃ କମୁଥିବା ବେଳେ ଦକ୍ଷିଣ ଓ ପୂର୍ବାଞ୍ଚଳରେ ଉଗ୍ର ହେଉଛି । ଏଣୁ ଏହାର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ମିଶି ଲାଗିପଡିଛନ୍ତି ।

ସମାଜର ଅନେକ ବର୍ଗର ଲୋକ ମଧ୍ୟ ଏଥିରେ ନିଜକୁ ସାମିଲ କରିଛନ୍ତି । ଅଙ୍ଗନବାଡି କି ଆଶା ଦିଦି ହୁଅନ୍ତୁ ଅଥବା ଶିକ୍ଷକ ସମାଜ ସମସ୍ତେ ଲାଗିଛନ୍ତି । ୨ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ଓ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଡା ଶ୍ରୀନାଥ ରେଡ୍ଡି ଉଭୟେ ଟ୍ରେସିଂ, ଟେଷ୍ଟିଂ ଆଉ ଟ୍ରିଟେମଣ୍ଟକୁ ଗୁରୁତ୍ବ ଦେଉଥିବା କଥା ଧର୍ମେନ୍ଦ୍ର କହିଛନ୍ତି ।

ସର୍ବଭାରତୀୟସ୍ତରରେ ୧ ଲକ୍ଷରେ ୧୪୬ ଜଣଙ୍କ କୋଭିଡ ଟେଷ୍ଟ ହେଉଥିବା ବେଳେ ଆମ ରାଜ୍ୟରେ ୧ଲକ୍ଷରେ ୧୨୦ ଜଣଙ୍କୁ ଟେଷ୍ଟିଂ କରାଯାଉଛି(ମେ ୧ ରିପୋର୍ଟ ମୁତାବକ) । ଏଣୁ ଏହି ହାର ବଢାଇବାକୁ ପଡିବ । ରାଜ୍ୟର ପଶ୍ଚିମାଞ୍ଚଳରେ ପଜିଟିଭିଟର ହାର ଉଦେବଗଜନକ ଥିବାବେଳେ ଭୟ ଆଉ ଭ୍ରାନ୍ତି ସମାଜକୁ ଗ୍ରାସ କରିଛି । ଏଣୁ ଲୋକେ ଟେଷ୍ଟି ପାଇଁ ପଛଘୁଞ୍ଚା ଦେଉଛନ୍ତି । ଆଦିବାସୀ ଅଞ୍ଚଳରେ ଟେଷ୍ଟିଂ ପାଇଁ ସର୍ବାଧିକ କୁଣ୍ଠା ଅଛି ।

ଏଣୁ ଏଭଳି ଜାତୀୟ ବିପତ୍ତି ବେଳେ ସର୍ବମତକୁ ପ୍ରାଥମିକତା ଦେବା ସହ ସମାଜକୁ ସମ୍ଭାଳିବାର ଅଛି । ଓଡିଶାରେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରି ପଛୁଆ ଅଞ୍ଚଳକୁ ଗୁରୁତ୍ବ ଦେବାକୁ ପଡିବ ।  ସତ୍ୟକୁ ସାମ୍ନା କରିବାକୁ ପଡିବ ଓ ଟେଷ୍ଟିଂ ବଢାଇବାକୁ ପଡିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।