Odia News Portal

ଡ୍ରଗ୍ସ ପାର୍ଟି ମାମଲା; ଏପର୍ଯ୍ୟନ୍ତ ଗିରଫ ହେଲେଣି ୧୭

ମୁମ୍ବାଇ: ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରୁ ନିଷିଦ୍ଧ ନିଶା ଦ୍ରବ୍ୟ ଜବତ ମାମଲାରେ ବଲିଲଉ୍‌ ଷ୍ଟାର୍‌ ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ସହ ୭ ଜଣଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ ଡ୍ରଗ୍ସ ଜବତ ମାମଲାରେ ଏନସିବି ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମେତ ଏପର୍ଯ୍ୟନ୍ତ ୧୬ ଜଣଙ୍କୁ ଗିରଫ କରିଛି। ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରିଛି ଏନ୍‌ସିବି।

ଗିରଫ ବ୍ୟବସାୟୀଙ୍କୁ ପଚରାଉଚରା ଚାଲିଛି। ସୋମବାର କୋର୍ଟ ଆର୍ୟନ ଖାନ ଏବଂ ଅନ୍ୟ ୭ ଜଣଙ୍କୁ ଗୁରୁବାର ପର୍ଯ୍ୟନ୍ତ ଏନସିବି ହେପାଜତକୁ ପଠାଇ ଦେଇଛନ୍ତି। ଏହାକୁ ମିଶାଇ କ୍ରୁଜ ପାର୍ଟି ମାମଲାରେ ଗିରଫ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।