Odia News Portal

ମହିଳାଙ୍କୁ ଖରାପ ବ୍ୟବହାର ଦେଖାଇଲେ ମଦୁଆ ଅଫିସର

ବରଗଡ଼: ମଦୁଅ ଅଫିସରଙ୍କ ଉନ୍ମତ୍ତ କାଣ୍ଡ । ନିଶାରେ ଭୁଲିଗଲେ ହିତାହିତ ଜ୍ଞାନ । ମହିଳାଙ୍କ ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ବିଜେପୁର ବିଡିଓଙ୍କୁ ଅଭିଯୋଗ ଜଣାଇବା ଲାଗି ଯାଇଥିବା ସ୍ୱଂୟ ସହାୟକ ଗୋଷ୍ଠୀ ମହିଳାଙ୍କୁ ୬ ଘଣ୍ଟା ଧରି ଗୋଟିଏ ଘରେ ବନ୍ଦ ରଖିଥିଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ । ମାୟାଧର ଭୋଇଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ମହିଳାଙ୍କୁ ଦୀର୍ଘ ସମୟ ଅଟକ ରଖିବା ସହ ସେମାନଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ଭଳି ଅଭିଯୋଗ କରିଛନ୍ତି । ତେବେ ମାୟାଧରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବୁଦ୍ଧିଜୀବୀମାନେ ଦାବୀ କରିଛନ୍ତି ।