Odia News Portal

ଦୂର୍ଗାଙ୍କ ଦେହରେ ଗଲାନି କି ଚାମେଲୀଙ୍କ ଲୋକପ୍ରିୟତା?

ବ୍ଲକ ପ୍ରଶାସନ ଆଉ ବିଧାୟକ ସହ ଲଢେଇକୁ ନେଇ ଚର୍ଚ୍ଚାରେ ଚାମେଲୀ ଓଝା, ତିକ୍ଷୀରି ପଞ୍ଚାୟତର ଏହି ଚର୍ଚ୍ଚିତ ସରପଞ୍ଚଙ୍କୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି, ବ୍ଲକ ବିଡ଼ିଓ ପୋଲିସ ପ୍ରଶାସନ ଆଉ ଚାମେଲୀଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଏବେ ମୁଖ୍ୟ ଖବର ପାଲଟିଛି । ଚାମେଲୀଙ୍କୁ ପୋଲିସ ଗିରଫ କରିବା ପରେ ଏହି ଘଟଣା ଏବେ ହଟ ଟପିକ ପାଲଟିଯାଇଛି । ପକ୍ଷରୁ ହେଉ କି ବିଡ଼ିଓ ଆଉ ପୋଲିସ ପକ୍ଷରୁ ଘଣ୍ଟାକୁ ଘଣ୍ଟା ନୂଆ ନୂଆ ଅଭିଯୋଗ ସାମ୍ନାକୁ ଆସୁଛି । ପୋଲିସ ଉଠାଇନେବା ଠାରୁ ଆରମ୍ଭ କରି ବିଡ଼ିଓ ହଇରାଣ କରିବା ସବୁକିଛି ନିଜ ଦଳର ବିଧ୍ୟୟକଙ୍କ ଇଂଗିତରେ କରାଯାଉଥିବା ଅଭିଯୋଗ ଚାଲେମୀ ଆଣିଛନ୍ତି । ଥରେ ଦେଖନ୍ତୁ ଏହି ଫଟୋ ଗୁଡ଼ିକୁ ବିଧାୟକଙ୍କ ସହ ଫଟୋ ପୋଜ ଦେଉଥିବା ଚର୍ଚ୍ଚିତ ସରପଞ୍ଚ ଏବେ ବିଧାୟକଙ୍କ ବିରୋଧରେ ବିଷୋଦ୍‌ଗାର କରୁଛନ୍ତି ।

ପ୍ରଶ୍ନ ଉଠୁଛି ଚାମେଲୀ ଏବଂ ଦୁର୍ଗାଙ୍କ ମଧ୍ୟରେ କାହିଁକି ଆସିଲା ଟିକ୍ତତା ? ଦୁର୍ଗା ସହ ଥିବା ରାଜନୈତିକ ସମ୍ପର୍କର ଫାଟ ସୃଷ୍ଟି ହେଲା କାହିଁକି? ଦିନେ ଦୁର୍ଗାଙ୍କ ଖାସ ଥିବା ଚାମେଲୀ କାହିଁକି ଆଣିଲେ ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ? ତିକ୍ଷୀରି ପଞ୍ଚାୟତରେ ଦୁର୍ଗାଙ୍କ ଭଲ ସଂଗଠକ ଥିଲେ ଚାମେଲୀ ଓଝା । ସରକାରୀ କାର୍ଯ୍ୟକ୍ରମ ହେଉ କି ବିଜେପିର ଦଳୀୟ କାର୍ଯ୍ୟକ୍ରମ ଜଣେ ସକ୍ରିୟ ବିଜେପି କର୍ମୀ ଭାବେ ସବୁବେଳେ ବିଧାୟକଙ୍କ ସହ କାମ କରିଆସୁଥିଲେ ଚାମେଲୀ ।  ସାଂସଦ ବିଧାୟକଙ୍କ ଗସ୍ତବେଳେ ବିଜେପି ଶିବିରରେ ଚାମେଲିଙ୍କୁ ଦେଖିବାକୁ ମିଳୁଥିଲା । ଏବେ ଯେତେବେଳେ ବିଧାୟକଙ୍କ ବିରୋଧରେ ଚାମେଲୀ ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି ସେତେବଳେ ସମ୍ପର୍କ କାହିଁକି ବିଗିଡ଼ିଲା ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମଦ ଦୋକାନ ଭାଙ୍ଗିବା ପରଠାରୁ ମହାକାଳପଡ଼ରେ ଜଣେ ଲୋକପ୍ରିୟ ନାରୀ ନେତ୍ରୀ ଭାବେ ଉଭାହୋଇଥିଲେ ଚାମେଲୀ । ତା ପରଠାରୁ ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ କୁହାଯାଉଛି କି ତାଙ୍କର ଲୋକପ୍ରିୟତା ମହାକାଳପଡ଼ା ବିଧାୟକଙ୍କୁ ଅଡ଼ୁଆ କରୁଥିଲ । ଗୋଟଏ ଦଳରୁ ହୋଇଥିଲେ ମଧ୍ୟ ଚାମେଲୀଙ୍କ ଲୋକପ୍ରିୟତାକୁ ହଜମ କରିପାରୁନଥିଲେ ବିଧାୟକ । ଯାହା ଫଳରେ ପଞ୍ଚାୟତର ବିଭିନ୍ନ କାମ ବିଲକୁ ଅଟକାଯାଉଥିଲା । ବିଧାୟକ ଦୂର୍ଗାଙ୍କ ନିର୍ଦ୍ଦେଶରେ ଏହା ହେଉଥିଲା ବୋଲି ଆଲୋଚନା ହେଉଛି ।

ତେବେ ଏସବୁ ଭିତରେ ଦୂର୍ଗାଙ୍କ ସହ ମତଭେଦ ହେବା ପଛରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ଚାମେଲି । ଝିଅ ହୋଇଥିବାରୁ ବିଧାୟକଙ୍କ ଅନେକ କିଛି ପାଇବା ପାଇଁ ଆଶା ରଖିଥିଲେ । ବିଧାୟକଙ୍କ ଆଶା ପୂରଣ କରିବାରେ ବିଫଳ ହେବାରୁ ବିଧାୟକ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇଥିବା କଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ।  ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସୁଯୋଗ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି । ତେବେ ଆଗକୁ ଦେଖିବାର ବିଧାୟକଙ୍କ ସହ ଚାମେଲୀଙ୍କ ଆରପାର ଲଢ଼େଇ କେଉଁ ସ୍ତରକୁ ଯାଉଛି ।