Odia News Portal

ଆଫଗାନିସ୍ତାନରେ ଭୂକମ୍ପ, ଦିଲ୍ଲୀ ଓ ଜମ୍ମୁକଶ୍ମୀରେ ଝଟକା

ଆଫାଗାନିସ୍ତାନରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ଦିନ ପ୍ରାୟ ୧୧ଟା ୨୩ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଥିଲା। ଏହାର କେନ୍ଦ୍ରସ୍ଥଳ ଫୟଜାବାଦର ଦକ୍ଷିଣପୂର୍ବରେ ୭୦ କିମି ଦୂରରେ ଥିଲା। ଭୂପୃଷ୍ଠରୁ ପ୍ରାୟ ୨୨୦ କିମି ତଳେ ଏହି ଭୂକମ୍ପ ହୋଇଥିଲା।
ଆଫାଗାନିସ୍ତାନରେ ଭୂକମ୍ପ ହୋଇଥିବା ବେଳେ ଭାରତରେ ବି ଏହାର ଝଟକା ଅନୁଭୂତ ହୋଇଥିଲା। ଜମ୍ମୁ ଓ କଶ୍ମୀରର ଶ୍ରୀନଗର ଏବଂ ପୁଞ୍ଚରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସେହିପରି ଦିଲ୍ଲୀ-ଏନ୍‌ସିଆର ସହିତ ପଞ୍ଜାବ ଓ ହରିୟାଣାର କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ତେବେ କ୍ଷୟକ୍ଷତି ନେଇ କିଛି ରିପୋର୍ଟ ଆସି ନାହିଁ।