Odia News Portal

ଏସସିବିରେ ଆରମ୍ଭ ହେଲା ଇକମୋ ଚିକିତ୍ସା

କଟକ: କଟକ ଏସସିବି ମେଡିକାଲରେ ପ୍ରଥମ ଇକମୋ ଚିକିତ୍ସା ଆରମ୍ଭ ହୋଇଛି । ନିଶ୍ଚିତକୋଇଲିର ୫୨ ବର୍ଷିୟା ଜଣେ ମହିଳା କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଏବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଲେ ବି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଇକମୋ ଚିକିତ୍ସା ଦିଆଯାଇଛି ।

ତାଙ୍କ ଇକମୋ ଚିକିତ୍ସାରେ ୧୦ ଜଣିଆ ଟିମ୍ ନିୟୋଜିତ ଅଛନ୍ତି । ଏହାସହିତ କୋଲକାତାର ତିନି ଜଣିଆ ଟିମ୍ ସେମାନଙ୍କୁ ସହାୟତା କରୁଛନ୍ତି । ନିକଟରେ କଟକ ଏସସିବି ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକମୋ ୟୁନିଟ ଉଦଘାଟନ କରିଥିଲେ । ଏଠାରେ ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଦେବା ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି ।