Odia News Portal

ହାତୀ ଦାନ୍ତ ଜବତ

ପଦ୍ମପୁର: ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଜବତ ହୋଇଛି । ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକଠାରେ, ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନ ନାମକ ଜଣେ ଲୋକ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ଖବର ପାଇ ଏସଟିଏଫ ଓ ବନ ବିଭାଗ ଚଢ଼ାଉ କରିଥିଲେ । ଉକ୍ତ ବ୍ୟକ୍ତି ଠାରୁ ଜବତ ହାତୀ ଦାନ୍ତର ଓଜନ ୩ କେଜି ୩୫୦ ଗ୍ରାମସେ ବଲାଙ୍ଗୀର ପଟରୁ ଚୋରା ଚାଲାଣ କରୁଥିବା ଜଣାପଡିଛି। ଏନେଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଛି ।