Odia News Portal

ଶିମିଳିପାଳରେ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ

ଶିମିଳିପାଳରେ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ । ପିଠାବଟା ରେଞ୍ଜ୍ ର ଗୋପୀନାଥପୁର ବିଟ୍ ଅଧୀନ ଜଙ୍ଗଲରେ ପାଟ୍ରୋଲିଂ ବେଳେ ବନକର୍ମଚାରୀ ହାତୀ ମୃତଦେହ ଦେଖି ଉପର ଅଧିକାରୀଙ୍କୁ ଜଣାଇଥିଲେ । ଆଜି ସକାଳେ ପ୍ରାଣୀ ଚିକିତ୍ସକଙ୍କୁ ସାଙ୍ଗରେ ନେଇ ବନ ବିଭାଗ ଟିମ ଘଟଣାସ୍ଥଳକୁ ଯାଇଛନ୍ତି । ଶିକାରୀମାନେ ହାତୀକୁ ମାରିବା ସହ ଶୁଣ୍ଢ କାଟି ୨ଟି ଦାନ୍ତ ନେଇଯାଇଛନ୍ତି । ହାତୀଟିର ବୟସ ୭ରୁ ୧୦ବର୍ଷ ମଧ୍ୟରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ୩/୪ଦିନ ହାତୀଟିକୁ ଶୀକାର କରାଯାଇଥିଲା । ଏଥିରେ ଅରୁଣାଚଳ ପ୍ରଦେଶର ଶିକାରୀ ଜଡିତ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି ।